୭୯ ତମ ସ୍ୱାଧୀନତା ଦିବସ ପାଳନ ସକାଶେ ପ୍ରସ୍ତୁତି ବୈଠକ ।

ଭଞ୍ଜନଗର, ୨୫/୦୭(ପିପିଟି):ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆସନ୍ତା ସ୍ୱାଧୀନତା ଦିବସ ପାଳନ ସଂପର୍କ ରେ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ସ୍ବାଧୀନତା ଦିବସ ପାଳନ ନେଇ ଉପଜିଲ୍ଲାପାଳ ଶ୍ରୀ ବେହେରା ସମସ୍ତ ସଭ୍ୟ ସଭ୍ୟାଙ୍କର ସହଯୋଗ କାମନା କରିବା ସହିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଦିନ ପ୍ରତ୍ୟୁଷ ୫ଟା ୩୦ ମିନିଟରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ସହର ରେ ରାମଧୁନ୍ ପରିବେଷଣ କରାଯିବ। ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ସକାଳ ୭ଟା ୩୦ ମିନିଟରେ ପତାକା ଉତ୍ତୋଳନ କରିବେ । ସକାଳ ୯ଟା ୧୫ ମିନିଟ ରେ ସ୍ଥାନୀୟ ଜେଲ ପଡ଼ିଆ (ଷ୍ଟାଡିୟମରେ )ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ। ଚଳିତ ବର୍ଷ ପ୍ୟାରେଡ୍ ରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ । ଏହା ସହ ଛାତ୍ରଛାତ୍ରୀ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ପ୍ୟାରେଡ୍ ଅଭ୍ୟାସ ଆସନ୍ତା ୧୨ ଓ ୧୩ତାରିଖ ଦୁଇ ଦିନ ଧରି ସ୍ଥାନୀୟ ଜେଲ ଗ୍ରାଉଣ୍ଡରେ ଅଭ୍ୟାସ କରିବା ନିମନ୍ତେ ସ୍ଥିର କରାଯାଇଛି। ଏଥିସହ ଓଡ଼ିଆ ପ୍ରବନ୍ଧ ଲିଖନ,ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଉପଖଣ୍ଡ ସ୍ତରରେ ଅନୁଷ୍ଠିତ ହେବ। ଏହି ପ୍ରସ୍ତୁତି ବୈଠକ ରେ ଭଂଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଡ଼ ଦୀପକ କୁମାର ମିଶ୍ର, ଅତିରିକ୍ତ ତହସିଲଦାର ଅବିନାଶ ମାହାର, ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର ,ଭଞ୍ଜନଗର ଥାନାଧିକାରୀ ଜୀବନା ନନ୍ଦ ଜେନାଙ୍କ ସମେତ ସମସ୍ତ ବିଭାଗର ସରକାରୀ ଅଧିକାରୀ, ଏନ୍.ସି.ସି ଅଫିସର କେ.ଏସ.ୟୁ.ବି କଲେଜ,ବଣିକ ସଂଘ,ଖୁଚୁରା ବ୍ୟବସାୟୀ ସଂଘର ସଭାପତି ଓ ସମ୍ପାଦକ, ମଧୁସୂଦନ ଟ୍ରଷ୍ଟର ସଭାପତି,ସମାଜ ସେବୀ ମୁରଲୀଧର ପଣ୍ଡା,ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ମାନ୍ୟଗଣ୍ୟ ବ୍ୟକ୍ତି, ସାମ୍ବାଦିକ,ଶିକ୍ଷକ, ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରସ୍ତୁତି ବୈଠକରେ ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଦୀପ କୁମାର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ,ସୂଚନା ଲୋକ ସମ୍ପର୍କ ବିଭାଗର ପଦ୍ମ ଚରଣ ନାୟକ ଓ ତାରିଣି ସାହୁ ସହଯୋଗ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment