୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।

ବୋଲଗଡ଼, ୧୫/୦୮(ପିପିଟି):୭୮ତମ ସ୍ୱାଧୀନତା ଦିବସ ଅବସରରେ ବୋଲଗଡ଼ ଅଞ୍ଚଳର ବିଭିନ୍ନ ସ୍ଥାନରେ ସ୍ୱାଧିନତା ଦିବସ ପାଳନ ଅବସରରେ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ପତାକା ଉତ୍ତୋଳନ କରିବା ସମେତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତବାସ ଲେଙ୍କାଙ୍କ ତତ୍ତ୍ଵବଧାନରେ ଏଠାରେ ଅନୁଷ୍ଠିତ ପ୍ୟାରେଡ ପ୍ରତିଯୋଗିତାରେ ୧ମ ୫ଟି ସ୍ଥାନ ଦଖଲ କରିଥିବା ୫ଟି ବିଦ୍ୟାଳୟକୁ ପୁରସ୍କୃତ କରିଥିଲେ ।ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଗୋଷ୍ଠୀ ଶିକ୍ଷାଧିକାରୀ ଗୋକୁଳ ଚନ୍ଦ୍ର
ବଳବନ୍ତରାୟ ପତାକା ଉତ୍ତୋଳନ କରିଥିଲେ । ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ ଉକ୍ତ ବିଦ୍ୟାଳୟ ସମେତ ଗୋପବନ୍ଧୁ କ୍ଲବ, ସଂପୁର ସେବା ସମବାୟ ସମିତି ଏବଂ ହରିରାଜପୁର ଏନ. ଆର. ଡି କ୍ଲବରେ ପତାକା ଉତ୍ତୋଳନ କରିଥିଲେ । ସମାଜସେବୀ ନିରଞ୍ଜନ ନାୟକ, ମୁକେଶ ସାମନ୍ତରାୟ, ହରପ୍ରସାଦ ମହାନ୍ତି, ଅବିନାଶ ମହାନ୍ତି ସହିତ ସଂପୁର ଏବଂ ଖଙ୍ଗୁରିଆ ଯୁବଗୋଷ୍ଠୀ ବିଭିନ୍ନ ରାଜସ୍ବ ଗ୍ରାମ ପରିକ୍ରମା କରି ସ୍ବାଧୀନତା ସଂଗ୍ରାମୀ ଓ ବିଦ୍ୟାଳୟ ପ୍ରତିଷ୍ଠାତାମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସଫଳ କୃଷକ ଏବଂ ସେବାନିବୃତ୍ତ ସୈନିକମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।ଗୋପବନ୍ଧୁ କ୍ଲବର ସଭାପତି ସମ୍ବିତ ଭୂଷଣ ରାଉତରାୟଙ୍କ ତତ୍ତ୍ଵାବଧାନରେ ପୂର୍ବ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ
ପୁରସ୍କୃତ କରାଯାଇଥିଲା ।
ବୋଲଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ
ଯାଜ୍ଞସେନୀ ସାହୁ, ଅରଖପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଶେଖ ମୂଷାରଫ ଅଲ୍ଲୀ,କାହ୍ନୁ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଜିତେନ୍ଦ୍ର ଦାସ,ବାଙ୍କୋଇ ସରକାରୀ ଉଚ୍ଚ
ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବଦ୍ରୁଲ ହାସନ ଖାଁ,କାଉତରା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟଙ୍କା ସ୍ବାଇଁ, ରଘୁନାଥ ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବାସୁଦେବ ବେହେରା, ପଶ୍ଚିମେଶ୍ୱର ସରକାରୀଉଚ୍ଚ ବିଦ୍ୟାଳୟରେ ପୂର୍ବତନ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ବେହେରା, ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ଦେଈ, ହରିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଧ୍ରୁବାନନ୍ଦ ନାୟକ, ସାନପଦସ୍ଥିତ ଭକ୍ତଚରଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ବେହେରା ପତାକା
ଉତ୍ତୋଳନ କରିଥିଲେ ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment