୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଶେରଗଡ଼ରେ ସ୍ୱଚ୍ଛତା ଓ ସଡ଼କ ସୁରକ୍ଷା ସଚେତନତା ।

ଶେରଗଡ,୨୬/୦୧(ପିପିଟି); ସକାଳ ୧୦ ଘଣ୍ଟ ସମୟରେ ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଟ୍ରୀ ଫାଉଣ୍ଡେସନ, ଶେରଗଡ଼ ଦ୍ୱାରା ସଡ଼କ ସୁରକ୍ଷା ଓ ସ୍ୱଚ୍ଛତା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା । ଏହା ଶେରଗଡ଼ ଜଗନ୍ନାଥ ମନ୍ଦିର ନିକଟରୁ ପ୍ରାରମ୍ଭ ହୋଇ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ହୋଇଥିଲା ଏବଂ ବିନା ହେଲମେଟ ରେ ଆସିଥିବା ଗାଡି ଚାଳକ ମାନଙ୍କୁ ଗୋଲାପ ଫୁଲ ଦେଇ ସଚେତନତା କରାଯାଇଥିଲା ।ଏଥିରେ ବିଡ଼ିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡକ୍ଟର ଦୟାସିନ୍ଧୁ ପରିଡା,ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ, ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ,ଜିଲ୍ଲା ଯୁବ ସଂଯୋଜକ ଅକ୍ଷୟ ନୀପାଣେ, ବ୍ଲକ ଅଧକ୍ଷା ସାରସ ସ୍ୱାଇଁ, ପୂର୍ବତନ ବ୍ଲକ ଅଧକ୍ଷ ବାବୁଲା କୁମାର ଚୌଧୁରୀ, ପୂର୍ବତନ ସରପଞ୍ଚ ବି.ଚେଇନ ପାତ୍ର, ବିଜୁ ପଟ୍ଟନାୟକ ଗ୍ରୁପର ପ୍ରତିଷ୍ଠାତା ଶ୍ରୀ ଗୌରହରି ବିଷୋୟୀ ଏବଂ ସମସ୍ତ ପୋଲିସ କର୍ମଚାରୀ, ଟ୍ରୀ ଫାଉଣ୍ଡେସନ ର କୋଷାଧକ୍ଷ ସଞ୍ଜୟ ପ୍ରଧାନ,ସ୍ବେଛାସେବୀ ବାପିନି ପଣ୍ଡା, କେଶବ କୁମାର ଡାକୁଆ, କୃଷ୍ଣ ଚନ୍ଦ୍ର ସୁଆଁସିଆ,ଯୁଧିଷ୍ଠିର ବିଷୋୟୀ, ପ୍ରଦୋଷ କୁମାର ହୋତା ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଟ୍ରୀ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସମ୍ପାଦକ ନିରାକାର ବିଷୋୟୀ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିତ୍ୱକୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ ।

(ରିପୋର୍ଟ- ଭିକୁ ନାୟକ। )

Comments (0)
Add Comment