୭୦ ବର୍ଷର ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ।

କଳାହାଣ୍ଡି,୧୭/୧୦(ପିପିଟି); କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକ୍ ଅନ୍ତର୍ଗତ ଗୋଛାଡେଗେନ୍ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦାଣ୍ଡି ମସ୍କା ଗ୍ରାମର ଚତ୍ରୁଭୁଜ ମାଝୀ (୭୦)ଙ୍କ ଗୋଟିଏ ଆଖି ଖରାପ୍ ଥିବା କାରଣରୁ ତାଙ୍କର ଆଧାର କାର୍ଡ ହୋଇପାରି ନାହିଁ । ପୂର୍ବରୁ ସେ ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ ମଧ୍ୟ ତାଙ୍କୁ ଆଧାର କାର୍ଡ ନ ଥିବାରୁ ଗତ ସେପ୍ଟେମ୍ବର ମାସରୁ ଭତ୍ତା ଓ ରାସନ୍ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ପୁନଃ ଚତୁର୍ଭୁଜ ମାଝୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ସହ ସମସ୍ତ ମୌଳିକ ସୁବିଧା ସୁଯୋଗ ଯୋଗେଇ ଦେବା ପାଇଁ ଗ୍ରାମର ଲୋକମାନେ ପ୍ରଶାସନକୁ ନିବେଦନ କରିଛନ୍ତି ।

(ରିପୋର୍ଟ-ବବୁଲୁ ସାହୁ)

Comments (0)
Add Comment