୭୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ ।

ମାଲକାନଗିରି ,୧୨/୦୯ (ପିପିଟି):ଅଟୋରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଜଣେ ବ୍ୟକ୍ତି ଗିରଫ ହୋଇଥିବା ଜଣାପଡିଛି।ମାଲକାନଗିରି ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାଲକାନଗିରି ଭ୍ରାମ୍ୟମାଣ ଅବକାରୀ ଦଳ ପକ୍ଷରୁ ସକାଳ ୮ ଘଟିକା ସମୟରେ ବାଲିମେଳା ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଏକ ଅଟୋ ଦ୍ରୁତ ଗତିରେ ଯାଉଥିବା ସନ୍ଦେହ କରି ଅବକାରୀ କର୍ମଚାରୀମାନେ ଚଢାଉ କରିଥିଲେ ।ପ୍ରଥମେ ବ୍ୟକ୍ତି ଜଣକ ଅଟୋକୁ ରାସ୍ତାରେ ଛାଡ଼ି ଚମ୍ପଟ ମାରି ପଳାଇବା ପାଇଁ ଉଦ୍ୟମ କରିଥିଲା । ପରେ ଅବକାରୀ କର୍ମଚାରୀମାନେ ଅଟୋକୁ ଜବତ କରିଥିଲେ। ଏହି ସୁଯୋଗରେ ଜଙ୍ଗଲ ଭିତରେ ଅଟୋ ଡ୍ରାଇଭର ଆତ୍ମଗୋପନ କରିଥିଲା ବେଳେ ଦୀର୍ଘ ସମୟ ଜଙ୍ଗଲ ଭିତରେ ଖୋଜାଖୋଜି ପରେ ଅଭିଯୁକ୍ତ ଅଟୋ ଡ୍ରାଇଭର ଙ୍କୁ କାବୁ କରିଥିଲେ ଅବକାରୀ କର୍ମଚାରୀମାନେ ସକ୍ଷମ ହୋଇଥିଲେ। ଅଟୋ ସିଟ ଭିତରୁ ୧୦ଟି ପ୍ୟାକେଟ ଗଞ୍ଜେଇ ଜବତ କରାଯାଇଥିଲା । ଯାହାର ପରିଣାମ ୭୦କିଲୋ ହୋଇଥିବା ବେଳେ ଏହାର ବଜାର ମୂଲ୍ୟ ୭ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଗଞ୍ଜେଇ ଚାଲାଣ କାରୀ ଅଭିଯୁକ୍ତ ଜଣକ ଘର ମାଥିଲି ଅଞ୍ଚଳର ରାମଦାସ ଭୂମିଆ ବୋଲି ଜଣାପଡିଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।ଏହି ଚଢ଼ାଉରେ ଅବକାରୀ ଏଏସଆଇ ଅଶେଷ କୁମାର ନାୟକ, ଜ୍ଞାନ ରଞ୍ଜନ ସାହୁ, ଅକ୍ଷୟ କୁମାର ଜେନା, ପ୍ରଦୀପ କୁମାର ଖରା ଓ ପାଣ୍ଡବ ଚୁଡ଼ି ଯୋଗଦାନ କରିଥିଲେ।

(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment