ବାଲିଗୁଡ଼ା, ୨୦/୦୩(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଲା ବଡ଼ ସଫଳତା । ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍ । ବାରଖମା,ସୁଡ୍ରା ଅଞ୍ଚଳରେ ପୋଲିସ୍ ପେଟ୍ରୋଲିଂ କରୁଥିବା ବେଳେ ବାଲିଗୁଡ଼ା ଅଞ୍ଚଳରୁ ଅନ୍ୟ ଜିଲ୍ଲାକୁ ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବରପାଇ ଅଞ୍ଚଳରେ ଯାଞ୍ଚ୍ କଡ଼ାକଡ଼ି କରାଯାଇଥିଲା । ଏକ ବୋଲେରୋ ପିକ୍ଅପ୍ ଭ୍ୟାନ୍ ନଂ. ଓଡି -୩୧-୫୯୦୧ ପୋଲିସକୁ ଦେଖି ଦୃତଗତିରେ ଯାଉଥିବା ବେଳେ ପିଛା କରି ସୁଡ୍ରା ନିକଟରେ ଭ୍ୟାନ୍ କୁ କାବୁ କରିଥିଲା ପୋଲିସ୍ । ପୋଲିସକୁ ଦେଖି ଘଟଣାସ୍ଥଳରୁ ଚାଲାଣକାରୀ ଫେରାର୍ ହୋଇଯାଇଥିବା ବେଳେ ୭୦୦ କେଜି ବେଆଇନ୍ ଗଞ୍ଜେଇ ସହ ବୋଲେରୋ ପିକ୍ଅପ୍ ଭ୍ୟାନ୍ କୁ ଜବତ କରିଛି ପୋଲିସ୍ । ଏନେଇ ଏକ ମାମଲା ନଂ.୭୪/୨୬ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ