୬ ଦଫା ଦାବୀନେଇ ବିଡ଼ିଓ ଓ ତହସିଲଦାରଙ୍କୁ ଦେଲେ ଆଶା କର୍ମୀ ସଂଘ।

ବୋଲଗଡ,୧୨/୦୨(ପିପିଟି): ଆଜି ସର୍ବ ଭାରତୀୟ ଧର୍ମ ଘଟ ରେ ଭାରତ ବନ୍ଦ ପାଳିତ ହୋଇଥିବା ବେଳେ ବୋଲଗଡରେ ନିଖିଳ ଓଡିଶା ଆଶାକର୍ମୀ ସଂଘ ଏହାକୁ ସମର୍ଥନ ଜଣାଇଛି l ବୋଲଗଡର ସିପିଆଇ, ପାଚିକା ସଂଘ ସମେତ ବିଭିନ୍ନ ଶ୍ରମିକ ସଙ୍ଘଠନ ବୋଲଗଡ ବଜାରରୁ ବାହାରି ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଆନ୍ଦୋଳନ କରି ତହସିଲ କାର୍ଯ୍ୟାଳୟ କୁ ଯାଇ ନିଖିଳ ଓଡିଶା ଆଶା କର୍ମୀ ସଂଘ ବୋଲଗଡ ତହସିଲଦାର ବିଜୟ ସେଠୀ ଓ ବୋଲଗଡ ବିଡ଼ିଓ ସୁମନ ସୁଧା କୁଣ୍ଡୁ ଙ୍କୁ, ୬ ଦଫା ଦାବୀ ପ୍ରଦାନ କରିଛନ୍ତି l ଆଶା କର୍ମୀ ମାନଙ୍କ ଦରମା ବୃଦ୍ଧି ସମେତ ୬ ଦଫା ଦାବୀ ଉଲ୍ଲେଖ କରି ସରକାରଙ୍କ ଉଦେଶ୍ୟରେ ବ୍ଲକ ପ୍ରଶାସନଙ୍କୁ ପ୍ରଦାନ କରିଛନ୍ତି l ଆଜିର ଭାରତ ବନ୍ଦ ଓ ସମସ୍ତ ଶ୍ରମିକ ଓ କମ୍ୟୁନିଷ୍ଟ ପାର୍ଟିର ଶୋଭାଯାତ୍ରାରେ କମ୍ୟୁନିଷ୍ଟ ନେତା ଦିବାକର ପରମ ଗୁରୁ, ସୁମନ୍ତ ଛୋଟରାୟ,କମ୍ୟୁନିଷ୍ଟ ନେତ୍ରୀ କବିତା ମଞ୍ଜରୀ ପରମଗୁରୁଙ୍କ ସମେତ ଆଶା କର୍ମୀ ସଂଘର ସଭାନେତ୍ରୀ ଓ ସମ୍ପାଦିକା ସମେତ ସମସ୍ତ ଆଶା କର୍ମୀ ସଙ୍ଘର ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ l

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment