୬ ଚିକିତ୍ସକ କବିରାଜଙ୍କୁ ସରକାରଙ୍କ ଅଣଦେଖା ପ୍ରତିବାଦରେ କୋର୍ଟର ଆଶ୍ରୟ ନିଷ୍ପତ୍ତି;ଆୟୁଷ ନିର୍ଦ୍ଦେଶକଙ୍କ ଦ୍ବାରସ୍ଥ ପରେ ମିଳିଲା ନିର୍ଭର ପ୍ରତିଶୃତି ।

ବ୍ରହ୍ମପୁର,ତା,୧୨/୧୦(ପିପିଟି): ଓଡ଼ିଶା ରାଜ୍ୟରେ ପ୍ରକୃତିକୁ ଭଲପାଇ ଉଚ୍ଚ ଶିକ୍ଷା ଥାଇ ନିଜେ ନିଜକୁ ପ୍ରାକୃତିକ ଚିକିତ୍ସକ କବିରାଜ ବୈଦ୍ୟ ଭାବେ ବିବେଚିତ ହୋଇଥିବା ମଧ୍ୟୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାତ୍ର ୬ ଜଣଙ୍କୁ କରୋନା କାଳରେ ଯୋଗ୍ୟ ବିବେଚିତ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶିତ ହୋଇଥିଲା । ଶୁଣାଯାଏ ୨୪୯ଟି ଦରଖାସ୍ତ ବିଭାଗ ହସ୍ତଗତ ହୋଇଥିଲେ ମଧ୍ୟ ୫୦ରୁ ଉର୍ଦ୍ଧ୍ବ ଦରଖାସ୍ତକୁ ଶ୍ରେଷ୍ଠ ବିବେଚନା କରାଯାଇ ସେହି ଦରଖାସ୍ତ ମଧ୍ୟରୁ ୬ ଜଣଙ୍କୁ ସିଲେକ୍ଟ କରାଯାଇଥିଲା। ଆଜି ପର୍ଯ୍ୟନ୍ତ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଆୟୁଷ ନିର୍ଦ୍ଦେଶକ ପଞ୍ଜିକୃତ କରୁ ନଥିବା ହେତୁ ନିର୍ଦ୍ଦେଶକ ଆୟୁଷଙ୍କ ଦ୍ବାରସ୍ଥ ହୋଇ ନିଜର ଦାବି ଉପସ୍ଥାପନା ସହିତ ଦରଖାସ୍ତ ଦ୍ବାରା ନିବେଦନ ଅନୁରୋଧ ଜଣାଇଛନ୍ତି । ଆୟୁଷ ନିର୍ଦ୍ଦେଶକଙ୍କ ଦ୍ବାରସ୍ଥ ହେବାପରେ ନିର୍ଦ୍ଦେଶକ ଏହି ସମସ୍ୟାର ତୁରନ୍ତ ସମାଧାନ ହେବ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି । ପ୍ରାକୃତିକ ଚିକିତ୍ସକ କବିରାଜ ବଦ୍ୟଶ୍ରୀ ଗଜାନନ ତ୍ରିପାଠୀଙ୍କ ନେତୃତ୍ବରେ ପ୍ରାକୃତିକ ଚିକିତ୍ସକ ମୌସମୀ ଦାଶ ଏବଂ ପ୍ରାକୃତିକ ଚିକିତ୍ସକ ମାଟି ପାଣିର ବିଷେଷଜ୍ଞ ହର ନାରାୟଣ ପୁରୋହିତ ପ୍ରମୁଖ ନିର୍ଦ୍ଦେଶକଙ୍କୁ ନିଜନିଜର ଆପତ୍ତି ଜଣାଇଥିବା ଜଣାପଡ଼ିଛି ।

Comments (0)
Add Comment