୬୫ ତମ ପୁଲିସ ଶହୀଦ୍ ସ୍ମୃତି ଦିବସ ପାଳନ ।

ଛତ୍ରପୁର,୨୧/୧୦: ଜିଲ୍ଲା ସଦର ମହକୁମା ଛତ୍ରପୁର ପୁଲିସ ପଡିଆ ଠାରେ ଗଞ୍ଜାମ ପୁଲିସ ଜିଲ୍ଲା ତରଫରୁ ୬୫ତମ ପୁଲିସ ଶହୀଦ୍ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଯୋଗ ଦେଇ ଶହୀଦ୍ ସ୍ମୃତି ସ୍ମାରକାରୀରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ପରେ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିବା ସହିତ ପୁଲିସ ଶହୀଦ୍ ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ । ୧୯୫୯ ମସିହା ଅକ୍ଟୋବର ୨୧ ତାରିଖ ଦିନ କେନ୍ଦ୍ରୀୟ ସୁରକ୍ଷା ବଳର ୧୦ ଜଣ ଯବାନ ଇଦାଖର ହଟସ୍ପ୍ରିଙ୍ଗ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଚୀନ୍ ସୈନ୍ୟମାନଙ୍କ ସହିତ ମୁକାବିଲା କରି ଶହୀଦ୍ ହୋଇଥିଲେ । ୧୯୬୦ ମସିହା ଜାନୁୟାରୀ ମାସରେ ଦିଲ୍ଲୀ ଠାରେ ଅନୁଷ୍ଠିତ ପୁଲିସ ଆଇ.ଜି.ମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଅକ୍ଟୋବର ୨୧ ତାରିଖରୁ ପ୍ରତି ବର୍ଷ ଦେଶର ଜିଲ୍ଲା ମୁଖ୍ୟାଳୟ ମାନଙ୍କରେ ପୁଲିସ ଶହୀଦ୍ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଚଳିତ ବର୍ଷ ୬୫ତମ ପୁଲିସ ଶହୀଦ୍ ଦିବସ ପାଳନ କରାଯାଇଛି । ଓଡିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସହ ଅମର ଶହୀଦ ଯବାନମାନଙ୍କ ପ୍ରତି ରହିଥିବା ଶ୍ରଦ୍ଧାଞ୍ଜଳି ପଠନ କରାଯାଇଥିଲା । ପୁଲିସ ବାହିନୀ ନିଜ ପରିବାର କଥା ପଛରେ ପକାଇ ନିଜ ଜୀବନକୁ ବିପନ୍ନ କରି ବିପଦ ସମୟରେ ଲୋକଙ୍କ ସେବା କରିବା ସହ ପ୍ରାଣବଳି ଦେଇ ସାଧାରଣ ଜନତା ସୁରକ୍ଷା ନିମନ୍ତେ କାର୍ଯ୍ୟ କରିଆସୁଛନ୍ତି । ଚଳିତ ଶହୀଦ୍ ଦିବସ ଅବସରରେ ଓଡିଶା ରାଜ୍ୟରେ ୨ ଜଣ ଏବଂ ସମଗ୍ର ଦେଶରେ ୨୧୬ଜଣ ପୁଲିସ କର୍ମଚାରୀ ଜୀବନ ଉତ୍ସର୍ଗ କରିଛନ୍ତି, ସେମାନଙ୍କ ନାମ ଆରକ୍ଷୀ ଅଧୀକ୍ଷକ ପାଠ କରିବା ସହିତ ବୀରତ୍ୱକୁ ପ୍ରଶଂସା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ରାଜୀବ ଲୋଚନ ପଣ୍ଡା,ଡିଆଇବି ଡିଏସପି ରଞ୍ଜନ କୁମାର ଦେ,ଛତ୍ରପୁର ଏସଡିପିଓ ଗୌରହରୀ ସାହୁ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ କାଳୁ ଚରଣ ବେହେରା,ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାଶ,ଗଞ୍ଜାମ ପୁଲିସ ଜିଲ୍ଲା ହାବିଲଦାର ଓ କନଷ୍ଟେବଲ ସଂଘର ସଭାପତି ଗୈାରାଚାନ୍ଦ ତ୍ରିପାଠୀ, ସଂପାଦକ ସୁବାସ ଚନ୍ଦ୍ର ସେଠୀଙ୍କ ସମେତ ବହୁ ପୁଲିସ ଅଧିକାରୀ ମାନେ ଯୋଗଦେଇ ଶହୀଦ୍‌ମାନଙ୍କ ସ୍ମୃତିଚାରଣ କରିଥିଲେ । ରିଜର୍ଭ ଇନିସପେକ୍ଟର ଅମୁଲ୍ୟ କୁମାର ନାୟକ ପ୍ୟାରେଡକୁ ପରିଚାଳନା କରିଥିଲେ । ଚଳିତ ବର୍ଷ ପ୍ରଥମ କରି ସହିତ ସ୍ମୃତି ଦିବସ ଅବସର ରେ ପୁଲିସ ପରିବାର ର ଛାତ୍ର ଛାତ୍ରୀଙ୍କ ମଧ୍ୟରେ କୁଇଜ,ଡ଼ିବେଟ ଓ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଆରକ୍ଷୀ ଅଧିକ୍ଷିକ ଶ୍ରୀ ପାତ୍ର ପୁରସ୍କାର ପ୍ରଦାନ କରିଥିଲେ |

Comments (0)
Add Comment