ମାଲକାନଗିରି,୩୦/୧୨(ପିପିଟି): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବବେଦୀଙ୍କ ସୂଚନା ଅନୁଯାୟୀ ,ଚିତ୍ରକୋଣ୍ଡା ପୋଲିସର ଗୋଟିଏ ଟିମ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ଯପ୍ରକାଶ ନାୟକଙ୍କ ନେତୃତ୍ୱରେ କଙ୍କିରିୟାପଡା ଅଞ୍ଚଳରେ ରାତି ପେଟ୍ରୋଲିଂ କରିବା ସମୟରେ ଗୋଟିଏ ବୋଲେରୋ ପିକଅପ୍ ଗାଡ଼ିକୁ ଅଟକାଇ ତଦନ୍ତ କରିବା ସମୟରେ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ।ସେହି ଗଞ୍ଜେଇର ଓଜନ ୬୦୬ କିଲୋ ହୋଇଥିଲା ବେଳେ ଏହାର ଆନୁମାନିକ ବଜାର ଦର ୬୦ ଲକ୍ଷ୍ୟ ଟଙ୍କା ହେବ ବୋଲି ପୋଲିସ ପ୍ରକାଶ କରିଛି । ଏହି ମାମଲାରେ ଏମଭି-୩୦ ଗ୍ରାମର ଜୟଦେବ ହାଲଦାର ଙ୍କୁ ଗିରଫ କରା କୋର୍ଟ ଚାଲାଣ କରା ଯାଇଛି। ଏହି ଗଞ୍ଜେଇ ଚିତ୍ରକୋଣ୍ଡାର ପାପୁଲୁର ଅଞ୍ଚଳରୁ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ହେଉଥିବା କୁହାଯାଇଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)