୫ ବର୍ଷ ରୁ ଉର୍ଦ୍ଧ୍ବ ଦିନ ଅଚଳ ଅବସ୍ଥାରେ ପାନୀୟ ଜଳ ପ୍ରକଳ୍ପ,ମାଳ ମାଳ ଯୋଜନା କାର୍ଯ୍ୟ ଶୂନ୍ୟ ।

ଦିଗପହଣ୍ଡି, ୨୭/୧୨(ପିପିଟି); ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଖାଲି ଯୋଜନାରେ ହିଁ ରହିଗଲା । ଲୋକେ ପାଣି ପାଇଁ ହୀନସ୍ତା । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡ଼ ଡୁମୁଳା ଗ୍ରାମରେ ଆଜକୁ ପ୍ରାୟ ୫ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ଅଚଳ ଅବସ୍ଥାରେ ପଡ଼ିରହିଛି ପାନୀୟ ଜଳ ପ୍ରକଳ୍ପ । ଲୋକେ ପାଣି ପାଇଁ ନା ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହେଲେ ବିଭାଗୀୟ ଅଧିକାରୀଙ୍କ ଚେତା ପଶୁନି । ନିମ୍ନ ମାନର କାର୍ଯ୍ୟ ହେଇଥିବା ଜୋଙ୍ଗୁ ଗ୍ରାମକୁ ଠିକ୍ ସେ ପାନୀୟ ଜଳ ମିଳିଲା ନାହିଁ ଏଭଳି ଗ୍ରାମ ବାସି ଅଭିଯୋଗ ଆଣିଛନ୍ତି । ଏକ ପାହାଡ଼ ଉପରେ ପାଣି ଟ୍ୟାଙ୍କ ଟି ଅବସ୍ଥିତ କିନ୍ତୁ ଅଧିକ ଉଚ୍ଚତା ନ ହେବାରୁ ପାଣି କିଛି ଲୋକ ମାନଙ୍କୁ ମିଳୁଛି କିଛି ଲୋକ ମାନଙ୍କୁ ମିଳୁନି ଏଭଳି ଗ୍ରାମ ବାସି କହିଛନ୍ତି । ଏଭଳି କିଛି ଦିନ ଚାଲିଲା ହେଲେ ତା ପରେ ଆଉ ପାଣି ଚାଲିଲା ନାହିଁ । ୫ ବର୍ଷ ବିତିଯାଇଥିଲେ ମଧ୍ୟ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀଙ୍କ ନଜର ଏହା ଉପରେ ପଡିନି । ସେମିତି ଅଚଳ ହୋଇ ପଡ଼ିରହିଛି ପାନୀୟ ଜଳ ପ୍ରକଳ୍ପ । କେବେ ପାନୀୟ ଜଳ ପ୍ରକଳ୍ପ ଠିକ୍ ହେବ ଏବଂ ଠିକ୍ ସେ ପାଣି ସମସ୍ତଙ୍କୁ ମିଲିବ ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନ ବାଚି ସୃଷ୍ଟି ହେଉଛି । ଲୋକ ମାନଙ୍କ ର ପାନୀୟ ଜଳ ସମସ୍ୟାକୁ ଦୂର କରିବା ପାଇଁ କୋଟି କୋଟି ଟଙ୍କା ରାଜ୍ୟ ସରକାର ବସୁଧା ଯୋଜନାରେ ଖର୍ଚ୍ଚ କରୁଛନ୍ତି ହେଲେ ଦୁଃଖର ବିଷୟ ବସୁଧା ଯୋଜନାରେ ଲୋକ ମାନେ ଉପକୃତ କଣ ହେବେ ବରଂ ହଟହଟା ହେଉଥିବା ଦେଖାଯାଉଛି । ଯୋଜନା ଉପରେ ଯୋଜନା ଆସୁଛି ହେଲେ ଏହା ଠିକ୍ ସେ କାର୍ଯ୍ୟ କାରି ହୋଇପାରୁନାହିଁ ।

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment