୫ ଜୁଆଡ଼ି ଗିରଫ: ଟଙ୍କା ଓ ମୋବାଇଲ ଜବତ ।

ଭଞ୍ଜନଗର,୧୭/୧୦(ପିପିଟି);ଭଞ୍ଜନଗର ମାଲ ସାହିରେ ଶନିବାର ଅପରାହ୍ନରେ ଜୁଆ ଖେଳ ଚାଲିଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେହି ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରିଥିଲା। ସେଠାରୁ ୫ଜଣ ସ୍ଥାନୀୟ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋଟ ୨୭,୫୯୦ଟଙ୍କା,୨ଟି ମୋବାଇଲ ଫୋନ ଓ ୨ଟି ତାସ ପ୍ୟାକେଟ ଜବତ ହୋଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment