୫୯ତମ କେରଙ୍ଗ ବାର୍ଷିକ ଶାନ୍ତି ସମ୍ମିଳନୀ ଉଦଘାଟିତ। 

ବୋଲଗଡ଼,୦୯/୦୫(ପିପିଟି) :ଖୋର୍ଦ୍ଧା ଉପକଣ୍ଠ କେରଙ୍ଗ ଇଦଗାହ ପରିସରରେ ୫୯ତମ ବାର୍ଷିକ ଶାନ୍ତି ସମ୍ମିଳନୀ ଉଦଘାଟିତ ହୋଇଛି । ଏହି ସମ୍ମିଳନୀର ପ୍ରଥମ ଅଧିବେଶନରେ ଜିଲ୍ଲା ଖୋର୍ଦ୍ଧା ଓ ନୟାଗଡର ସଭାପତି ସୈଫୁର ଅହମଦ ପୌରୋହିତ୍ୟ କରିଥିଲେ। ମଦିୟା ମୁସଲିମ ଧ୍ବଜାରୋହଣ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ପବିତ୍ର କୋରାନ ପାଠ ମୌଲାନା ନୁରୁଲ ହକ ଖାନ କରିଥିବା ବେଳେ ଏହାର ଓଡିଆ ଅନୁବାଦ ଜିଲ୍ଲା ଖୋର୍ଦ୍ଧା ଓ ନୟାଗଡର ଯୁବ ସଭାପତି ସୋଲେମାନ ଅହମଦ ପଢି ଶୁଣାଇଥିଲେ । ଉର୍ଦ୍ଦୁ ନଜମ ସଂଗୀତ ଇସରାଇଲ ଖାଁ ପରିବେଷଣ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ଭୁବନେଶ୍ବରର ମୌଲାନା ହଲିମ ଖାଁ ଈଶ୍ବଙ୍କ ଅସ୍ତିତ୍ବ ଓ ପ୍ରାଧନା ଗ୍ରହଣୀୟ ବିଷୟରେ ମତାମତ ରଖିଥିଲେ । ସମ୍ମାନୀତ ଅତିଥି ଭାବେ ଖୋର୍ଦ୍ଧା ଶିଶୁ ମନ୍ଦିର ସ୍କୁଲର ମୁଖ୍ୟ ଆୟୋଜକ ଗିରିଶ କୁମାର ମହାପାତ୍ର ଯୋଗଦେଇ ମାନବ ର କ୍ରମଗତ ବିକାଶ ଓ ସମୃଦ୍ଧି ବିଷୟରେ ମତାମତ ରଖିଥିଲେ । ଦ୍ବିତୀୟ ବକ୍ତା ଭାବେ ସୁଙ୍ଗୁଡାର ମୌଲାନା ମକସୁଦ ଅଲ୍ଲି ଯୋଗଦେଇ ମହାପୁରୁଷ ମୁହମ୍ମଦଙ୍କ ଜୀବନ ଚରିତ୍ରରେ ପରିବାରଙ୍କ ସହ ଉତ୍ତମ ବ୍ୟବହାର ସମ୍ପର୍କରେ ଆଲୋକପାତ କରିଥିଲେ । ତୃତୀୟ ବକ୍ତାଭାବେ ମୌଲବି ମିର ସୁବହାନ ଅଲ୍ଲି ଇସଲାମୀୟ ନ୍ୟାୟପାଳିକା ବିଷୟରେ ଆଲୋକପାତ କରିଥିଲେ । ଓଡିଆ ନଜମ ସଂଗୀତ ସେକ ଏକରାମ ପରିବେଷଣ କରିଥିଲେ ।

ଚତୁର୍ଥ ବକ୍ତା ଭାବେ ଭଦ୍ରକ ଓ ଯାଜପୁର ଯୋଗଦେଇ ମୌଲାନା ଇନଚାର୍ଜ ମିର ଅବ୍ଦୁଲ ହଫାଜ ଖିଲାଫତ ବ୍ୟବସ୍ଥା ସହ ଦୃଢ ସମ୍ପର୍କ ସ୍ଥାପନ କରିବା ତଥା ତାଙ୍କର ଆଜ୍ଞାବହ ହୋଇଲେ ହିଁ ଆଧ୍ୟାତ୍ମିକତାରେ ଉନ୍ନତି ହୋଇପାରିବ ବିଷୟରେ ଆଲୋକପାତ କରିଥିଲେ ।

ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ରୀୟ ଅହମଦିୟା ମୁସଲିମ ସଂଗଠନର ଉପସଚିବ ମୌଲାନା ମୁହମ୍ମଦ ଶାହାବୁଦ୍ଦିନ ଧର୍ମରେ ଆର୍ଥିକ ଅନୁଦାନ ବିଷୟରେ ମତାମତ ରଖିଥିଲେ । ସଭାପତିତ୍ବ ଭାଷଣରେ ଜିଲ୍ଲା ଖୋର୍ଦ୍ଧା ଓ ନୟାଗଡର ସଭାପତି ସୈଫୁର ଅହମଦ ଆତ୍ମ ସଂଯମତା, ଈଶ୍ବର ଭକ୍ତି, ଅନୁତାପ, ପବିତ୍ରତା ତଥା ସମାଜରେ ଭଲ ମଣିଷଟିଏ ହେବା ପାଇଁ ଆହ୍ବାନ ଦେଇଥିଲେ । ଶେଷରେ ବିଶ୍ବଶାନ୍ତି ପାଇଁ ସାମୂହିକ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ସମ୍ମିଳନୀରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା କଟକ, ଢେଙ୍କାନାଳ, ଅନଗୁଳୁ, କେନ୍ଦ୍ରାପଡାର ସଭାପତି ମୌଲାନା ହାରୁନ ରସିଦ, ଅତିରିକ୍ତ ଇସଲାହ ଓ ଏରଶାଦର ମୁଖ୍ୟ ସଚିବ ଅତାଉଲ ମୁଜିବ ଲୋନ, କେନ୍ଦ୍ରୀୟ ଅହମଦିୟା ଓକଫେ ଜଦିଦ ବିଭାଗର ଉପସଚିବ ଟି. ଅବ୍ଦୁଲ ମୁଜିବ, କେରଙ୍ଗ ସଭାପତି ଓସିମ ଅହମଦ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ କେରଙ୍ଗର ମୌଲାନା ହଲିମ ଅହମଦ ପରିଚାଳନା କରିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment