୫୬ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ।

ରାମନାଗୁଡା,୨୯/୧୦(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁମୁଡା ଆରଏମସି ନିକଟରୁ ବୁଧବାର ଦିନ ଗୁଡାରି ପୁଲିସ ଏକ ଟ୍ରକରୁ ୫୭୨କେଜି ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୫୬ଲକ୍ଷ ୯୦ହଜାର ଟଙ୍କା ହେବା। ପୁଲିସକୁ ଦେଖିବା ପରେ ଟ୍ରକ ଡ୍ରାଇଭର ଓ ଅନ୍ୟ ଜଣେ ସହଯୋଗୀ ଚମ୍ପଟ ମାରିଛନ୍ତି। ଟ୍ରକ ଆରକେ ୧୪ ଜିକେ ୧୦୩୬ ସହ ଏଟିଏମ୍ ଓ ଗୋଟିଏ ମୋବାଇଲ ଜବତ କରାଯାଇଛି। ଏନେଇ ଗୁଡାରି ପୁଲିସ କେଶ୍ ନଂ ୭୭/୨୦ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏଥିରେ କେଉଁ ମାନେ ସଂପୃକ୍ତ ଅଛନ୍ତି ତଦନ୍ତ ଚାଲିଥିବା ଜଣାପଡିଛି।

Comments (0)
Add Comment