୫ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ସହ ଜଣେ ଗିରଫ ।

ବାଲିଗୁଡା,୧୩/୦୩(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ସିନ୍ଦ୍ରିଗାଁ ରାସ୍ତାରେ ପୁଲିସ ବିଭାଗ ତରଫରୁ ଏସ ଆଇ ରଚିତା ମାଡ଼କାମୀଙ୍କ ସହ ସଦଳ ବଳ ପାଟ୍ରୋଲିଂ କରୁଥିବା ସମୟରେ ସିନ୍ଦ୍ରିଗାଁ ବ୍ରିଜ ନିକଟରେ ଯାଞ୍ଚ ସମୟରେ ଗଞ୍ଜେଇ ଧରି ଗାଡିକୁ ଅପେକ୍ଷା କରିଥିବା ସମୟରେ ଧରାପଡ଼ି ଥିଲା । ସେଥିରୁ ୧୦୩ କେଜି ୫୦୦ ଗ୍ରାମ ଗଂଜେଇ ଜବତ କରିଥିଲେ । ଏ ନେଇ ଥାନା ରେ ଏକ ମାମଲା ନଂ.୪୭/୨୧ ରେ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି । ଏହି ଘଟଣାରେ ସଂଶ୍ଲିଷ୍ଟ ଅନ୍ୟ ଅଭିଯୁକ୍ତ ମାନେ କିଏ କିଏ ଅଛନ୍ତି, ସେ ନେଇ ତଦନ୍ତ ଅବ୍ୟାହତ ଥିବା ବିଷୟ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Comments (0)
Add Comment