୪ ଡକାୟତ ଗିରଫ: ବନ୍ଧୁକ,ଗୁଳି ଓ ମାରଣାସ୍ତ୍ର ଜବତ ।

ଯାଜପୁର,୦୧/୧୦(ପିପିଟି); ବଡଧରଣର ଡକାୟତି ଉଦ୍ୟମ ଯୋଜନାକୁ ପଣ୍ଡ କରିଛି ଯାଜପରୁ ଜିଲ୍ଲା ଧର୍ମଶାଳା ପୋଲିସ । ଗତକାଲି ରାତିରେ ଜାରକା ନିକଟ ଦେଉଳି ପାହାଡରେ ଏମାନେ ଏକ ଜୁଏଲାରୀ ଦୋକାନରୁ ଲୁଟ କରିବାକୁ ଯୋଜନା ଚଳାଇଥିବା ବେଳେ ପୋଲିସ ଏମାନଙ୍କୁ କାବୁ କରିଥିଲା । ଘଟଣାସ୍ଥଳରୁ ୪ଜଣଙ୍କୁ ଗିରଫ କରିଥିବା ବେଳେ ୬ଜଣ ଡକାୟତ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲେ। ଡକାୟତ ମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ,୨ଟି ଜୀବନ୍ତ ଗୁଳି, ରୁପା ଅଳଙ୍କାର ,ନଗଦ ୮ହଜାର ଟଙ୍କା ୨ଟି ବାଇକଓ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି । ଗିରଫ ଡକାୟତ ମାନେ ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳର ବୋଲି ଜଣାପଡିଛି ।ପୂର୍ବରୁ ବିଭିନ୍ନ ଥାନାରେ ଚୋରି ଡକାୟତି ମାମଲା ଅଛି ବୋଲି ଏସଡିପିଓ ଚିନ୍ମୟ ନାୟକ ସୂଚନା ଦେଇଛନ୍ତି ।

Comments (0)
Add Comment