କୋଦଳା,୩୦/୦୫(ପିପିଟି); ସାରା ଦେଶରେ କରୋନା ସୃଷ୍ଟି କରିଛି ଏକ ଭୟଙ୍କର ସ୍ଥିତି । କିନ୍ତୁ କରୋନା ମହାମାରୀ ବିରୁଦ୍ଧରେ ଓଡିଶା ସଫଳ ସଂଗ୍ରାମ ଜାରି ରଖିଛି । ବର୍ତ୍ତମାନ ଏହାକୁ ଆହୁରି ଅଧିକ ସଂଗ୍ରାମ କରିବାକୁ ନେଇ ବିଧାୟକ /ବିଧାୟିକାଙ୍କୁ ମାସ୍କ ବଣ୍ଟନ ସହିତ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏନ୍ଏସି ଓ ବ୍ଲକର ବିଭିନ୍ନ ସ୍ଥାନରେ ମାସ୍କ ବଣ୍ଟନ ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏହି ଅବସର ରେ ରବିବାର ବେଗୁନିଆପଡା ବ୍ଲକ ୪୬ ନଂ ଜୋନର ଆଠଗୋଟି ପଞ୍ଚାୟତ ରେ ମାସ୍କ ବଣ୍ଟନ ସହିତ ସଚେତନ କରିଥିଲେ । ପ୍ରଥମେ ବଡ଼ ଖଇରିଖମା ପଞ୍ଚାୟତରୁ କାର୍ଯ୍ୟକ୍ରମ ଆରମ୍ଭ କରି କୁମାରିପାରି, ଅଙ୍ଗାର ଗାଁ, ଷଣ୍ଢମୂଳ, ତାଳସର, ସାଙ୍କୁଡ଼ା, ବୁରୁଝୁରି ଓ ସୁମଣ୍ଡଳରେ କାର୍ଯ୍ୟକ୍ରମ ଶେଷ କରିଥିଲେ । ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ବେଗୁନିଆପଡା ର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାସ୍କ ତିଆରି କରି ବଣ୍ଟନ କରାଯିବା ଫଳରେ ମହିଳାମାନେ ମଧ୍ୟ ରୋଜଗାରକ୍ଷମ ହୋଇପାରୁଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଜେଡି ବ୍ଲକ ସଭାପତି ବିଜୟ କୁମାର ଦୋରା ସମେତ ସମସ୍ତ ପଞ୍ଚାୟତ ପ୍ରତିନିଧି, ବିଜେଡି କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )