୪୪ କେଜି ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ ।

ମାଲକାନଗିରି,୧୮/୦୮(ପିପିଟି): ବେଆଇନ ନିଶାଦ୍ରବ୍ୟ ଚାଲାଣ ବିରୋଧରେ କାଲିମେଳା ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି ଏନଡିପିଏସ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଠାରୁ ୪୪ କେଜି ଗଞ୍ଜେଇ ଓ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୫ ଲକ୍ଷ ୩୪ ହଜାର ଟଙ୍କା ବୋଲି କୁହାଯାଉଛି।
ପ୍ରଥମ ମାମଲାରେ ଭେଜାଙ୍ଗିୱାଡ଼ା ନିକଟସ୍ଥ କେନାଲ ରୋଡ୍‌ରୁ ବଦଲିଗୁଡ଼ା ଗ୍ରାମର ଗଙ୍ଗା ମାଢ଼ିଙ୍କ ନିକଟରୁ ୨୨ କେଜି ଗଞ୍ଜେଇ ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଥିଲା ବେଳେ
ଅନ୍ୟ ଏକ ମାମଲାରେ ଗମ୍ଫାକୋଣ୍ଡା ଛକ ଠାରୁ ବାଦଲିଗୁଡ଼ା ଗ୍ରାମର ରମେଶ ସୋଡ଼ିଙ୍କ ନିକଟରୁ ୨୨ କେଜି ଗଞ୍ଜେଇ ଜବତ କରାଯାଇଛି।

ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରା ଯାଇଛି। ଏହି ଦୁଇଟି ମାମଲା କାଲିମେଳା ଅବକାରୀ ଥାନା ଅଧିକାରୀ ମନୋଜ ପ୍ରଧାନଙ୍କ ନେତୃତ୍ୱ ନେଇଥିଲା ବେଳେ ଏ ଏସ ଆଇ ସରୋଜ କୁମାର ସାହୁ, କନେଷ୍ଟବଳ ପ୍ରବୀଣ ସାହୁ ଓ ଆନନ୍ଦ ପ୍ରଧାନ ଚଢ଼ାଉ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment