୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୬ଜଣ ଜଣେ ଗିରଫ ।

ରାୟଗଡା,୨୯/୦୯(ପିପିଟି); ମୁନିଗୁଡା ପୁଲିସ ଡାଙ୍ଗସୋରଡା ଗ୍ରାମ ନିକଟରେ ବିଷମକଟକ ଏସଡିପିଓ ଆକଶ ସାହୁଙ୍କ ନେତୃତ୍ବରେ ଏକ ଗଞ୍ଜେଇ ଭର୍ତ୍ତି ହୋଇଥିବା ଟ୍ରକକୁ ଠାବ କରିଥିଲେ । ଉକ୍ତ ଟ୍ରକକୁ ମାରୁତି ଆଲ୍ଟୋ ଓ ଗୋଟିଏ ମଟରସାଇକଲ ସୁରକ୍ଷା ଦେଇ ଆଣୁଥିଲେ । ଉକ୍ତ ଟ୍ରକରେ ୪୯୮ କେଜି ଗଞ୍ଜେଇ କେଜି ଜବତ କରାଯାଇଛି । ଯାହାର ବଜାଇ ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ । ୬ ଜଣ ବ୍ଯକ୍ତିଙ୍କୁ ଗିରଫ କରାଯାଇଛି । ଟ୍ରକ ସିଏଜି ୦୪ ଏମଡି ୯୦୩୬, ଆଲ୍ଟୋ କାର ଓଆର ୨୩ଇ ୦୪୭୫ ଓ ମଟରସାଇକଲ ଓଆର ୧୮ ଏ ୦୭୫୦ ଗଡି ସହିତ ୪ଟି ମୋବାଇଲ୍ ଜବତ କରାଯାଇଛି ।ଏ ବାବଦରେ ମୁନିଗୁଡା ଥାନା କେଶ ନମ୍ବର ୧୩୧/୨୦ ମାମଲା ରୁଜୁ କରାଯାଇଛି । ଡାଙ୍ଗସୋରଡା ଅଞ୍ଚଳରୁ ରାଇପୁର ଯାଉଥିବା ରାସ୍ତାରୁ ଗଞ୍ଜେଇ ଚାଲଣକୁ ପୁଲିସ ଧରିବାରେ ସଫଳ ହୋଇଥିବା ନେଇ ରାୟଗଡା ପୁଲିସ ମୁଖ୍ଯାଳୟ ସୂତ୍ରରୁ ଜଣାପଡିଛି ।

Comments (0)
Add Comment