୪୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,୬ଜଣ ଗିରଫ ।

ମୋହନା,୧୫/୧୦(ପିପିଟି);ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ୍ ଗଞ୍ଜେଇ ଚାଲଣ ରୋକିବାକୁ ସ୍ପେଶାଲ ଡ୍ରାଇଭ ରେ ଆଜି ମୋହନା ପୁଲିସ ର ଆଉ ଏକ ସଫଳତା । ଗୁରୁବାର ଦିନ ସକାଳ ପ୍ରାୟ ୧୧.୩୦ ସମୟରେ ଏସଡିପିଓ ଆର ଉଦୟଗିରିଙ୍କ ନିର୍ଦ୍ଦେଶ ମୁତାବକ ମୋହନା ଥାନା ଆଇଆଇସି ସୁଜିତ କୁମାର ନାୟକ ଓ ଥାନା ଷ୍ଟାପ ମିଶି ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଓ ତରାମାଲ ମଝିରେ ବ୍ଲକିଙ୍ଗ କରୁଥିବା ସମୟରେ ଚାନ୍ଦିପୁଟ ପଟୁ ଆସୁଥିବା ଏକ ଟ୍ରକ ଯାହାର (HR 55 M 5927)କୁ ଅଟକାଇ ଖାନତଲାସି ନେବାରେ ଉକ୍ତ ଗାଡିରେ ଏକ ଗୁପ୍ତ ଚେମ୍ବର ମିଳିଲା ଓ ଉକ୍ତ ଗୁପ୍ତ ଚେମ୍ବରରୁ ୨୧ ଗୋଟି ପ୍ଲାଷ୍ଟିକ ଜରି ବସ୍ତା ଗଞ୍ଜେଇ ଥିବା ମିଳିଥିଲା । ମୋହନା ବିଡିଓ ତଥା ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟରଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇ ବସ୍ତାକୁ ଓଜନ କରାଯାଇଥିଲା ।ସମୁଦାୟ ଗଞ୍ଜେଇର ପରିମାଣ ୬୧୦ କେଜି ୭୦୦ ଗ୍ରାମ ହେଲା ଯାହାର ବଜାଇ ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ।ଏହି ଗଞ୍ଜେଇ ଭର୍ତ୍ତି ଟ୍ରକ ଟିକୁ ଏସ୍କର୍ଟ କରି ନେଉଥିବା ଏକ ମୋଟର ସାଇକେଲକୁ ମଧ୍ୟ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ହରିୟାଣା ରାଜ୍ୟର ୪ଜଣ ବିନୋଦ କୁମାର ଶର୍ମା,ଜୟପାଳ ସିଂହ,ସୁରେଶ କାଶ୍ଯପ,ବାଳକ ରାମ ଏବଂ ଚନ୍ଦ୍ରଗିରି ଅଞ୍ଚଳର ମନୋଜ ବୀର ଓ ସୁକାନ୍ତ ମାଝୀ ସମୁଦାୟ ୬ଜଣଙ୍କୁ ଗିରଫ କରାଯାଇଛି । ସମସ୍ତଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ । ଏ ବାବଦରେ ମୋହନା ଥାନା କେଶ ନମ୍ବର ୧୬୭/୨୦ ମାମଲା ରୁଜୁ କରାଯାଇଛି ଓ ଏସଆଇ ପିଙ୍କି ମୁର୍ମୁଙ୍କୁ ତଦନ୍ତ ଭାର ନେଇଛନ୍ତି । ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଠାବ କରା ଯାଇ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Comments (0)
Add Comment