୩୭ ତମ ବାର୍ଷିକ ତେରଶମ୍ଭୁ ମିଳନର ପ୍ରାକ ପ୍ରସ୍ତୁତି ବୈଠକ : ୧୩ ଦଣ୍ଡ ଥଳ ଅଧିକାରୀଙ୍କ ସମ୍ମତି ପ୍ରକାଶ ।

କନ୍ଧମାଳ,୨୨/୦୩ (ପିପିଟି ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଏପ୍ରିଲ ୫ ତାରିଖ ରବିବାର ଦିନ ଆୟୋଜନ ହେବ । ଏହି ପରିପ୍ରେକ୍ଷୀରେ ସମିତି ର ମୁଖ୍ୟ ପରିଚାଳକ ରାଜ କିଶୋର ଦାସ ଙ୍କ ଆବାହକତ୍ୱରେ ଏକ ମିଳିତ ପ୍ରାକ ପ୍ରସ୍ତୁତି ବୈଠକ ସ୍ଥାନୀୟ ମା ‘ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଥିବା ପଞ୍ଚୁଦଣ୍ଡ ପରିଚାଳନା ସମିତି ର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆଗେଇ ଚାଲିଛି । ସମିତି ର ସମସ୍ତ କର୍ମକର୍ତ୍ତା ଙ୍କୁ ବିଭିନ୍ନ ବିଭାଗ ର ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି । ଗୋଟିଏ ଗୋଟିଏ ବିଭାଗରେ ୫ ଜଣ ଲେଖାଏଁ ସଦସ୍ୟ ଙ୍କୁ ବଛାଯାଇ ନିଜ ନିଜର ଦାୟିତ୍ୱ କିପରି ସୁଚାରୁ ରୂପେ ସମ୍ପାଦନ କରିବେ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ କାର୍ଯ୍ୟ ଆଗେଇ ଚାଲିଛି । ଚଳିତ ବର୍ଷ ତେର ଶମ୍ଭୁ ଯାତ୍ରା ରେ ବାଲିଗୁଡ଼ା, ଦଣ୍ଡପଦର, ବାଟାଗୁଡ଼ା, ବାରଖମା, କତେରୀଭଟ୍ଟା, ସିଟୁପଡ଼ି, ଡାକା, ରୁତୁଙ୍ଗିଆ, ବାଲିଗାଡ଼ା, ବେନାରବାହାଲ , ମଳିକ ଗାଁ (ଲାଇନ୍‌ପଡ଼ା), ଘୋଡ଼ାପଥର (ଖଜୁରୀପଡ଼ା), ଗ୍ରୀନ୍‌ବାଡ଼ି (ଦାରିଙ୍ଗବାଡ଼ି) ଅଞ୍ଚଳ ର ଦଣ୍ଡ ଥଳ ଯୋଗ ଦେବା ପାଇଁ ସମସ୍ତ ଦଣ୍ଡ ଯାତ୍ରା ର ଅଧିକାରୀ ମାନେ ଏହି ବୈଠକ ରେ ଉପସ୍ଥିତ ରହି ସମ୍ମତି ପ୍ରକାଶ କରିଛନ୍ତି । ଏଥିରେ ସମିତି ର ସମସ୍ତ ସଦସ୍ୟ ତଥା ବିଭିନ୍ନ ବିଭାଗ ରେ ମୁଖ୍ୟ ଭାବେ ଥିବା ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Comments (0)
Add Comment