୩୪ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲା ।

ବାଲିଗୁଡା,୦୭/୦୪(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ବର୍ଷ ପୂର୍ତ୍ତି ଅବସରରେ ୩୪ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ଏପ୍ରିଲ ୯ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ । ଏ ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚି ଯାଇଛି । ଉକ୍ତ ଦିନ ଯୋଗ ଦେଉଥିବା ତେର ଦଣ୍ଡ ଗୁଡିକ ମଧ୍ୟରେ ବାଲିଗୁଡା, ବାରଖମା, ବାଟାଗୁଡ଼ା,ରେବିଙ୍ଗିଆ, ଋତୁଙ୍ଗିଆ, ମେଲସିକିଆ, କତେରିଭଟ୍ଟା, ଡାକା,ଦଣ୍ଡପଦର,ଶ୍ରୀପଲ୍ଲା, କାଳୀପଙ୍ଗା,କରଣ୍ଡାଗଡ଼ ଓ ସିଟୁପଡି ଗ୍ରାମର ଦଣ୍ଡ ନାଚ ଦଳ ଯୋଗ ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ତେର ଦଣ୍ଡ ମିଳନର କାର୍ଯ୍ୟସୂଚୀ ପ୍ରକାରେ ୯ ତାରିଖ ରବିବାର ସକାଳ ୮ ଘଣ୍ଟା ସମୟରେ ମା’ ପାଟ୍ଟଖଣ୍ଡା ମନ୍ଦିରରେ ତେର ଦଣ୍ଡ ଥଳଙ୍କୁ ବରଣ କରାଯିବ । ଦିବା ଘ.୧୧.୩୦ମି ସମୟରେ ଟାଉନର ମୁଖ୍ୟ ରାସ୍ତା ରେ ଧୂଳିଦଣ୍ଡ , ଅପରାହ୍ନ ଘ.୪.୩୦ମି.ରେ ବନ୍ଧପାଖ ରେ ପାଣିଦଣ୍ଡ ,ସନ୍ଧ୍ୟା ୦୫ ଘଟିକାରେ ସବୁଠାରୁ ବିଶେଷ ଆକର୍ଷଣ ବଜାର ଛକରେ ତେର ଦଣ୍ଡର ଏକ ମହା ମିଳନ ଆୟୋଜନ କରାଯିବ ଏବଂ ରାତ୍ର ୧୧ ଘଟିକାରେ ଝୁଣା ଦଣ୍ଡ ପଟୁଆର ସହ ୧୦ ତାରିଖ ସୋମବାର ଦିନ ସକାଳ ୮ ଘଟିକାରେ ଯାତ୍ରା ସମାପନ ହେବ । ଏଣୁ ସମସ୍ତ ଅଞ୍ଚଳ ବାସୀ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ଯୋଗ ଦେଇ ମା କାଳୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Comments (0)
Add Comment