୩୩ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ ।

ଭଞ୍ଜନଗର,୨୦/୦୬(ପିପିଟି); ଭଞ୍ଜନଗର ଥାନା ଅନ୍ତର୍ଗତ ବଡ଼ କୋଦଣ୍ଡା ଗ୍ରାମ ତଳ ସାହିରେ ଦୀର୍ଘଦିନ ହେଲା ଚୋରା ମଦ କାରବାର ଚାଲିଥିବା ଖବର ପାଇ ଥାନା ଏସ.ଆଇ ଲିତା ରାଣୀ ପରିଡ଼ା ପୋଲିସ ଟିମ ସହ ଶନିବାର ସେଠାରେ ଚଢ଼ାଉ କରିଥିଲେ। ଏକ କୁକୁଡ଼ା ଫାର୍ମ ନିକଟରୁ ୩୩ଲିଟର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ ହେବା ସହ ଏଥିରେ ସମ୍ପୃକ୍ତ ଦଣ୍ଡପାଣି ବିଷୋୟୀକୁ ଗିରଫ କରାଯାଇଛି। ଏସଂକ୍ରାନ୍ତରେ ଭଞ୍ଜନଗର ଥାନାରେ ୨୫୫/୨୧ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment