୩୦ଟି ମଦ ଦୋକାନ ପାଇଁ ୪୫୭ ଜଣ ଆବେଦନକାରୀ ।

ଜଗତସିଂହପୁର,୦୮/୦୪(ପିପିଟି); ଜଗତସିଂହପୁର ଜିଲ୍ଲାରେ ଲଟେରୀ ମାଧ୍ୟମରେ ଠିପି ବନ୍ଦ ବିଦେଶୀ ତଥା ଦେଶୀ ମଦ ଦୋକାନ ବ୍ୟବସାୟୀ ଚୟନ ପ୍ରକିୟା ଗତ କାଲି ଶେଷ ହୋଇଛି । ଇ-ଟେଣ୍ଡର ମାଧ୍ୟମରେ ଜଗତସିଂହପୁର ଜିଲ୍ଲାର ୩୦ ଟି ସ୍ଥାନ ପାଇଁ ମୋଟ ୪୫୭ ଜଣ ଆବେଦନ କରିଥିଲେ । ଏହି ମାସ ୪ ତାରିଖ ନିଲାମ ପ୍ରକ୍ରିୟାରେ ଭାଗ ନେବା ପାଇଁ ଶେଷ ତାରିଖ ଥିଲା । ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ଓ୍ଵେଵ୍ ସାଇଟ୍ ରେ ସମସ୍ତ ତଥ୍ୟ ଉପଲବ୍ଧ କରାଯାଇଛି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Comments (0)
Add Comment