ନୀଳଗିରି,୩୦/୦୯: ବାରୁଦ ଗଦା ଭିତରେ ପଶି ଆଜି ନୀଳଗିରି ପୁଲିସ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଫୁଟା ବାଣ ସହ ସରଞ୍ଜାମ ଜବତ କରିଛି । ଏନେଇ କାରଖାନା ମାଲିକକୁ ଗିରଫ କରାଯାଇଛି । ନୀଳଗିରି ଥାନା ଅଧୀନ ମର୍ଦ୍ଦରାଜପୁର ଗାଁରେ ଦୀର୍ଘ ବର୍ଷ ଧରି ବେଆଇନ ବାଣ କାରଖାନା ଚାଲି ଆସିଥିଲା । ଏହି ଖବର ପାଇବା ପରେ ଏସଡିପିଓ ପ୍ରମୋଦ ମଲିକଙ୍କ ନିର୍ଦ୍ଦେଶରେ ଆଇଆଇସି ଗୋବର୍ଦ୍ଧନ ନାୟକ, ଈଶ୍ୱରପୁର ଫାଣ୍ଡି ଅଧିକାରୀ ବିକାଶ ଭୋଇ ପ୍ରମୁଖ ସଦଳବଳେ କାରଖାନା ଉପରେ ଚଢ଼ଉ କରିଥିଲେ । ପ୍ରାୟ ୨କ୍ୟୁଣ୍ଟାଲରୁ ଊର୍ଦ୍ଧ୍ୱ ବିସ୍ଫୋରକ, ସୂତୁଲି, ରୋଷଣି, ଅଫୁଟା ବାଣ ସହ ସରଞ୍ଜାମ ଜବତ କରାଯାଇଛି । ବେଆଇନ ବାଣ କାରଖାନାର ମାଲିକ ବାଇଧର ଜେନା(୫୮)ଙ୍କୁ ଗିରଫ କରାଯାଇଛି । ଏନେଇ ନୀଳଗିରି ଥାନାରେ ଏକ ମାମଲା ରୁଜୁ କରାଯାଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।