୨ ବର୍ଷ ହେଲା “ମୋ ଉପକାରୀ ବଗିଚା” ର ଟଙ୍କା ମିଳିନି; ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ୫୦ରୁ ଅଧିକ ଏସଏଚଜି

ମାଲକାନଗିରି,୧୪ /୦୪(ପିପିଟି):ମାଲକାନଗିରି ଜିଲା ସଦର ବ୍ଲକର ଗଙ୍ଗଲା ପଞ୍ଚାୟତରେ “ମୋ ଉପକାରୀ ବଗିଚା” କାମ କରି ଏସ୍ଏଚ ଜି ମହିଳାମାନେ ଏ ପର୍ଯ୍ୟନ୍ତ ଟଙ୍କା ପାଇ ନ ଥିବା ଅଭିଯୋଗ କରିଛନ୍ତି । ୨ ବର୍ଷ ତଳେ ମହିଳାମାନେ ସେମାନଙ୍କ ଘର ପରିସରରେ ବଗିଚା କରିଥିଲେ । ପ୍ରତି ବଗିଚା ପିଛା ନିୟମ ଅନୁଯାୟୀ ସରକାରଙ୍କ ପକ୍ଷରୁ ୬୦୦୦ ହଜାର ଟଙ୍କା ମିଳିବାର ଥିଲା । ଗଙ୍ଗଲା ପଞ୍ଚାୟତର ୦୮ ଗୋଟି ଏସ୍ଏଚ୍‌ ଜି ର ମହିଳା ମାନେ ଏହି ଯୋଜନାରେ ବଗିଚା କରିଥିଲେ । ହେଲେ ବଗିଚା ବାବଦକୁ ଟଙ୍କା ଏପର୍ଯ୍ୟନ୍ତ ମିଳିନଥିବା ଅଭିଯୋଗ ହୋଇଛି । ୨ ବର୍ଷ ହେଲା ଟଙ୍କା ପାଇଁ ମହିଳାମାନେ ପଞ୍ଚାୟତର ଜିଆର୍‌ଏସ୍ ଓ ବ୍ଲକରେ ବିଡିଓଙ୍କ ନିକଟକୁ ଦୌଡ଼ି ଦୌଡ଼ି କୌଣସି ସୁଫଳ ମିଳିନଥିବା କହିଛନ୍ତି ମହିଳା ମାନେ । ଫଳରେ ସେମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନାଯୋଗ୍ୟ କରୋନା ସମୟରେ ଲୋକମାନେ ଗ୍ରାମରେ ରହି କିପରି କାମ ସୁଚାର ରୂପେ କରିପାରିବେ, ସେଥି ନିମନ୍ତେ ସରକାରଙ୍କ ତରଫରୁ ଏ ଭଳି କାର୍ଯ୍ୟକ୍ରମ ହୋଇଥିଲା । ଏହି ବ୍ୟବସ୍ଥା ଗ୍ରାମାଞ୍ଚଳର ଏସ୍ଏଚ୍‌ଜି ମହିଳାମାନେ ମଧ୍ୟ ନିଜ ଗାଁରେ ରହି କିଛି କାମ କରି ଅର୍ଥ ଉପାର୍ଜନ କରିବାକୁ ଚିନ୍ତା କରିଥିଲେ । ହେଲେ ସେମାନଙ୍କ ଏ ପର୍ଯ୍ୟନ୍ତ ପ୍ରାପ୍ୟ ମିଳିନ ଥିବା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ରେ ଜଣାଇଛନ୍ତି । ପଂଚାୟତର ଜିଆର୍‌ଏସ୍ ଗୁରୁତ୍ବ ଦେଉ ନ ଥିବା ମହିଳାମାନେ କହିଛନ୍ତି । ଦାବିପତ୍ର ପ୍ରଦାନବେଳେ ପଞ୍ଚାୟତର ମୁକ୍ତା କୋପେ , ମାରିୟାମ ମାଡ଼ି , ୱାନି ଖାରାମିଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ମହିଳା ଉପସ୍ଥିତ ଥିଲେ ।ମାଲକାନଗିରି ପଞ୍ଚାୟତ ସମିତିର ପ୍ରାୟ ପଞ୍ଚାୟତ ଗୁଡିକରେ ଏହିଭଳି ଅବବ୍ୟସ୍ଥା ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଆସ୍ତେ ଆସ୍ତେ ପ୍ରତିଟି ପଞ୍ଚାୟତର ଗୁମର ଖୋଲିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ପରିଲାଖିଲ କରାଯାଉଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment