୨ ବର୍ଷ ହେଲା ଅଚଳ ନଳ କୂପ, ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ।

ଦିଗପହଣ୍ଡି,୦୭/୧୨(ପିପିଟି); ପାନୀୟ ଜଳ ପାଇଁ ଲୋକେ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପ୍ରତି ଦୃଷ୍ଟି ଦେଇ ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମରେ ନଳ କୂପ ଖନନ କରିଛନ୍ତି । ହେଲେ ଅତି ବିଡ଼ମ୍ବନାର ବିଷୟ ସେ ନଳ କୂପ ମାତ୍ର କେଇଟା ଦିନରେ କୌଣସି କାର୍ଯ୍ୟରେ ଲାଗିପାରୁନି । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଟିକରପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଲିପାଟ ଗ୍ରାମ ଅବସ୍ଥିତ । ସେହି ଗ୍ରାମରେ ୨ ଟି ନଳ କୂପ ଅଛି ହେଲେ ଅତି ଦୁଃଖର ବିଷୟ ଗୋଟିଏ ନଳ କୂପ ଦୀର୍ଘ ୨ ବର୍ଷ ହେଲା ଅଚଳ ହୋଇ ପଡ଼ିରହିଛି । ଲୋକ ମାନେ ସେହି ୨ ଟି ନଳ କୂପ ଉପରେ ଭରସା କରୁଥିବାରୁ ଗୋଟିଏ ଅଚଳ ହୋଇ ପଡିଛି ଲୋକ ମାନେ ସେହି ଗୋଟିଏ ନଳ କୂପ ଉପରେ ଭରସା କରି ଚଳୁଛନ୍ତି । କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜର ସେହି ଗ୍ରାମରେ କେବେ ପଡୁନି । ଅଚିନ୍ତାରେ ସୋଇରହିଛନ୍ତି ଜଳ ଯୋଗାଣ ଅଧିକାରୀ । ଲୋକେ ହଟହଟା ହେଲେ ତାଙ୍କର କଣ ଅଛି । ରାତି ପାହିଲେ ଲୋକ ମାନଙ୍କୁ ପାଣିର ସମସ୍ୟା । ଏମିତି ବହୁତ ଦୁର୍ନୀତି ଅଛି ଏହାର ଅତି ଶୀଘ୍ର ଖୁଲାସା ହେବ ଏବଂ ଦୁର୍ନୀତିର ପର୍ଦାଫାଶ ହେବ ।

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment