୨୭ ମାର୍ଚ୍ଚ ରୁ ୨ ଏପ୍ରିଲ ସାତ ଦିନ ବ୍ୟାପି ବ୍ରହ୍ମପୁର ମହୋତ୍ସବ ।

ବ୍ରହ୍ମପୁର,୦୬/୦୩(ପିପିଟି):ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ସାଂସ୍କୃତିକ ଉତ୍ସଵ ବ୍ରହ୍ମପୁର ମହୋତ୍ସବକୁ ପବିତ୍ର ଶ୍ରୀରାମ ନବମୀ ତଥା ୨୭ ମାର୍ଚ୍ଚ ରୁ ୨ ଏପ୍ରିଲ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଖେଳ ପଡିଆ ଠାରେ ଅଧିକ ଆକର୍ଷଣୀୟ କରି ଆୟୋଜନ କରିବା ସହ,ସ୍ଥାନୀୟ କଳାକାରଙ୍କୁ ଅଧିକ ସୁଯୋଗ ଦିଆଯିବ। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓ ଜିଲ୍ଲା ସାଂସ୍କୃତିକ ପରିଷଦଙ୍କ ପ୍ରେରିତ ଉଚ୍ଚ କୋଟିର ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ଵାରା କାର୍ଯ୍ୟକ୍ରମ ପରିବେଷଣ ସହ,ସାତ ଦିନ ବ୍ୟାପୀ ଏହି ଉତ୍ସବରେ ୧୦୦ ରୁ ଉର୍ଦ୍ଧ୍ୱ ବିଭିନ୍ନ କିସମର ସରକାରୀ, ବେସରକାରୀ,ସ୍ଵଂୟ ସହାୟକ ଗୋଷ୍ଠୀର ଷ୍ଟଲ ଖୋଲାଯିବ। ମହିଳା, ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ।ପ୍ରତ୍ୟେକ ଦିନ ଦକ୍ଷିଣ ଓଡ଼ିଶା ତଥା ବ୍ରହ୍ମପୁର ସହର ର ସାଂସ୍କୃତିକ, ପରମ୍ପରା,ପର୍ଯ୍ୟଟନ,ବାଣିଜ୍ୟ, ସାହିତ୍ୟ ଉପରେ ମାନ୍ୟଗଣ ବ୍ୟକ୍ତି,ସୁବକ୍ତା, କଳାକାର ମାନଙ୍କୁ ନିମନ୍ତ୍ରଣ କରାଯାଇ ଆଲୋଚନା କରାଯିବା ସହ ବିଶିଷ୍ଟ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯିବ ବୋଲି ଆଜି ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ ପ୍ରୋକୋଷ୍ଟ୍ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଥି ନେଇ ସୂଚନା ପ୍ରଦାନ କରାଯାଇଅଛି। ମହୋତ୍ସବ ପରିଚାଳନା କମିଟି ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର ଚଳିତ ବର୍ଷ ଅନୁଷ୍ଠିତ ବ୍ରହ୍ମପୁର ମହୋତ୍ସବକୁ ସମସ୍ତଙ୍କ ସାହାଯ୍ୟରେ ପୂର୍ବାପେକ୍ଷା ଅଧିକ ଆକର୍ଷଣୀୟ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ଆୟୋଜକ ତଥା ମହାନ୍ ସଂଘ ସଭାପତି ସୁଶାନ୍ତ କୁମାର ସାବତ ମହୋତ୍ସବ ଉପରେ ସୂଚନା ଦେବାସହ ସମସ୍ତଙ୍କ ସହୋଜୋଗ କାମନା କରିଥିଲେ। ସାଧାରଣ ସମ୍ପାଦକ ପ୍ରସାନ୍ତ କୁମାର ପାତ୍ର, ଅର୍ଗନାଇଜିଙ୍ଗ କମିଟି ସମ୍ପାଦକ ସୀମାଞ୍ଚଳ ପାଣିଗ୍ରାହି,ସାଂସ୍କୃତିକ କମିଟି ସମ୍ପାଦକ ଗୋପାଳ ପଟ୍ଟନାୟକ, ଶ୍ରୀକାନ୍ତ ସାବତ,ଇଭେଣ୍ଟ ରେସ୍ପନ୍ସ ମାର୍କେଟିଙ୍ଗ ମୁଖ୍ୟ ରବିଶଙ୍କରଙ୍କ ସମେତ ମହୋତ୍ସବ କମିଟି ଓ ମହାନ୍ ସଂଘର ବହୁ ସଦସ୍ୟା ସଦସ୍ୟ ଉପସ୍ଥିତ ଥିଲେ।

Comments (0)
Add Comment