୨୬ ନଭେମ୍ବର ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ କୃଷକ ଓ ଶ୍ରମିକ ଏକ ହୋଇ ଜାତୀୟ ରାଜପଥ ଅବରୋଧ କଲେ ।

କୁକୁଡାଖଣ୍ଡି, ତା ୨୬/୧୧( ପିପିଟି) କ୍ରାନ୍ତିକାରୀ କୃଷକ ସଭା ଓ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ନେତୃତ୍ୱରେ ଶତାଧିକ କୃଷକ ଓ ଶ୍ରମିକ ଏକ ହୋଇ ଜାତୀୟ ରାଜପଥକୁ ଅବରୋଧ କରିବା ସହ ଅଫିସ, ଦପ୍ତର, ଦୋକାନ ବଜାର ବନ୍ଦକରି ଧର୍ମଘଟକୁ ସଫଳ କରିଛନ୍ତି। ଏହି ବନ୍ଦ ପାଳନ ସମୟରେ ଶ୍ରମିକମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବା ପାଇଁ ଆଣିଥିବା ନୂତନ ଶ୍ରମ ଆଇନ, ବେକାରୀ ଓ ଛଟେଇ,କୃଷକ ଓ ଖାଉଟିର ସର୍ବନାଶ ପାଇଁ ଉଦ୍ଧିଷ୍ଟ ନୂତନ କୃଷି ଆଇନ ରେଳବାଇ ଏବଂ ସମସ୍ତ ରାଷ୍ଟ୍ରାୟତ ସଂସ୍ଥାର କର୍ପୋରେଟୀକରଣ, ପୁଞ୍ଜିପତିମାନଙ୍କୁ ସରକାରୀ ଏଜେନ୍ସି ବିକ୍ରୟ, ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ଓ ସାମାଜିକ ନିରାପତ୍ତା ପ୍ରଦାନ କ୍ଷେତ୍ରରେ ଭୂଆଁବୁଲା ନୀତି, ସମସ୍ତ ଅସଂଗଠିତ ଏବଂ ପ୍ରବାସୀ ଶ୍ରମିକଙ୍କ ଅମାନୁଷିକ ପରିଣାମ, ମନରେଗା ଶ୍ରମିକଙ୍କୁ ନିର୍ଦ୍ଧାରିତ ମଜୁରୀ ଓ କାମ ଯୋଗାଇବାରେ ଟାଳଟୁଳ ନୀତି ରାସ୍ତାକଡର ଉଠାଦୋକାନୀ ଓ ବସ୍ତି ବାସିନ୍ଦାଙ୍କୁ ଥଇଥାନ ନକରି ଉଛେଦ କରିବା ନୀତି, ଆଦିବାସୀ ଓ ବନବାସୀଙ୍କୁ ସେମାନଙ୍କ ଅଧୁକାରରୁ ବଞ୍ଚିତ କରିବା ନୀତି, ପରିବେଶକୁ ଧ୍ବସଂ କରିବା ନୀତି,୧୪୩୭୯ ସ୍କୁଲ ଉଛେଦ ଓ ନୂତନ ଶିକ୍ଷା ନୀତି ୨୦୨୦, ନାରୀ ନିର୍ଯ୍ୟାତନା, ଜାତିଆଣ ହିଂସା ଓ ସାମ୍ପ୍ରଦାୟିକ ଦଙ୍ଗାଅହେତୁକ ଦରବୃଦ୍ଧି ଓ ସ୍ବାସ୍ଥ୍ୟସେବାର ବ୍ୟବସାୟୀକରଣ, ଫାସିବାଦ ଆକ୍ରୋଶ ସହ ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ଏହି ଧର୍ମଘଟ ର ଆହ୍ବାନ ଦିଆଯାଇଛି । ଏହି ବନ୍ଦ ପାଳନର ନେତୃତ୍ୱ ପି.ପାର୍ବତୀ, ବି ବୁଦ୍ଧିଆ, ସୁବାସ ନାୟକ, ପ୍ରଶାନ୍ତ ଦାସ, ଲକ୍ଷ୍ମୀ ନାୟକ, ସଂଯୁକ୍ତା ନାୟକ, ଏ ଦିଲ୍ଲୀ, ବାବୁ ସେଠୀ, ଶିବୁ ଦାଶ ଆଦି ନେତୃତ୍ୱ ନେଇଥିଲେ । କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ ଯୋଗଦେଇ ମୋଦି ସରକାର ଓ ନବୀନ ସରକାରଙ୍କ ଜନବିରୋଧୀ ନୀତିକୁ ପ୍ରତିହତ କରିବା ପାଇଁ ଶ୍ରମିକ ଓ କୃଷକ ଏକ ହୋଇ ସଂଘର୍ଷ କଲେ ବିଜୟ ସୁନିଶ୍ଚିତ ହେବ ବୋଲି ଧର୍ମଘଟ ସ୍ଥଳରେ ବକ୍ତବ୍ୟ ରଖିଥିଲେ ।

Comments (0)
Add Comment