ଯାଜପୁର,୩୧/ ୦୧(ପିପିଟି): ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅନୁମୋଦନ କ୍ରମେ ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ କମିଶନର ଶିବ ଶଙ୍କର ମିଶ୍ର ଓ ଯାଜପୁର ଜିଲ୍ଲା ପ୍ରଭାଗୀୟ ଶ୍ରମ କମିଶନର ସତ୍ୟନାରାୟଣ ଆଚାର୍ଯ୍ୟ ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ରାଶି ଡମି ଚେକ ମାଧ୍ୟମରେ ପ୍ରଦାନ କରିଥିଲେ । ଏହି ଅବସରରେ ଶିକ୍ଷା ସହାୟତା ବାବଦରେ ୯୮ ଜଣଙ୍କୁ ୮,୩୪,୮୦୦/-,ବିବାହ ସହାୟତା ବାବଦରେ ୧୨୮ ଜଣଙ୍କୁ ୬୩,୫୦,୦୦୦/- ଏବଂ ପ୍ରସୂତୀ କାଳୀନ ସହାୟତା ବାବଦରେ ୯ ଜଣଙ୍କୁ ୯୦,୦୦୦/- ଟଙ୍କା ର ସହାୟତା ରାଶି ପ୍ରଦାନ କରାଯାଇଛି । ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ସର୍ବମୋଟ ୨୩୫ ଜଣ ହିତାଧିକାରୀଙ୍କୁ ୭୨,୭୪,୮୦୦ /- ଟଙ୍କାର ଅର୍ଥ ରାଶି ହିତାଧିକାରୀଙ୍କ ଆକାଉଣ୍ଟକୁ ଛାଡିବାର ବ୍ୟବସ୍ଥା କରାଯାଇଛି । ସୂଚନା ଯୋଗ୍ୟ ଚଳିତ ଆର୍ଥିକ ବର୍ଷରେ ଆଜି ପର୍ଯ୍ୟନ୍ତ ନିର୍ମାଣ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ଯାଜପୁର ଜିଲ୍ଲାରେ ୧୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସହାୟତା ରାଶି ପ୍ରଦାନ କରାଗଲାଣି । ଆଜିର ଏହି ଡମି ଚେକ ବଣ୍ଟନକୁ ସୁରଖୁରରେ ସମାପନ କରିବାରେ କାର୍ଯ୍ୟାଳୟର ସହକାରୀ ଶ୍ରମ ଅଧିକାରୀ ଦେବାଶିଷ ଜେନା, ବୋର୍ଡ କର୍ମଚାରୀ ଶଶିକାନ୍ତ ପ୍ରଧାନ ଓ ନାରାୟଣ ଚନ୍ଦ୍ର ନନ୍ଦ ପ୍ରମୂଖ ସହଯୋଗ କରିଥିଲେ ।