୨୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ମେଡିକାଲ ଡିପିଏମ ।

ମାଲକାନଗିରି,ତା:୦୬/୦୧(ପିପିଟି);ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସା କାର୍ଯ୍ଯାଳୟର ଡିପିଏମ ସୁଦୀପ କାଶ ବିଭାଗୀୟ ନିର୍ମାଣ କାର୍ଯ୍ଯର ବିଭିନ୍ ବିଲ୍ ନାଶ କରିବା ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନବଘନ ଖିଲଙ୍କ ଠାରୁ ୨୦ ହଜାର ନଗଦ ଟଙ୍କା ଲୀଞ୍ଚ ନେଉଥିବା ବେଳେ ରଙ୍ଗେ ହାତ ଭିଜିଲାନ୍ସ ହାତରେ ଧରା ପଡିଛି । ଘଟଣାରୁ ପ୍ରକାଶ ଯେ, ମାଲକାନଗିରି ସଦର ମହକୁମା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ କାର୍ଯ୍ଯରତ ଏନଆରଏଚଏମର ଡିପିଏମ ସୁଦୀପ କାଶ ନ୍ଯାସନାଲ ହେଲଥ ମିଶନର କନିଷ୍ଠ ଯନ୍ତ୍ରୀ ନବଘନ ଖିଲଙ୍କୁ ବିଭାଗୀୟ ବିଭିନ୍ନ ବିଲ୍ ପାଶ କରି ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ସଂପର୍କରେ ଗତ କାଲି କନିଷ୍ଠ ଯନ୍ତ୍ରୀ ସ୍ଥାନୀୟ ଭିଜିଲାନ୍ସ କାର୍ଯ୍ଯାଳୟରେ ଅଭିଯୋଗ କରିଥିଲେ । ଫଳରେ ଭିଜିଲାନ୍ସ କର୍ମଚାରୀମାନେ ଆଜି ସଂଧ୍ଯାରେ ସିଡିଏମଙ୍କ କାର୍ଯ୍ଯାଳୟରେ ଜାଲ ବିଛା ଜଗି ରହିଥିଲେ । କନିଷ୍ଠ ଯନ୍ତ୍ରୀ ୨୦ ହଜାର ଟଙ୍କା ଲାଞ୍ଚ ଡିପିଏମଙ୍କୁ ଦେଇ ବାହାରକୁ ଆସୁ ଆସୁ ସଂକେତ ପାଇ ଭିଜିଲାନ୍ସ କର୍ମଚାରୀମାନେ ନଗଦ ୨୦ ହଜାର ଟଙ୍କା ସହ ଡିପିଏମ ସୁଦୀପ କାଶକୁ କାବୁ କରଥିଲେ । ଏହା ବ୍ଯତୀତ ତାଙ୍କ କ୍ବାର୍ଟରକୁ ମଧ୍ଯ ତଲାସ କରାଯାଇ ବହୁ ଆପତି ଜନକ କାଗଜ ପତ୍ର ଜବତ କରାଯିବା ସହ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ଭିଜିଲାନ୍ସ ଡିଏସପି ସିଶାନ୍ତ କୁମାର ବିଶ୍ବାଳ ଗଣମାଧ୍ଯମକୁ ଜଣାଇଛନ୍ତି । ଏହି ଚଢାଉରେ ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ବାଳ, ନବରଙ୍ଗପୁର ଡିଏସପି ଇନଚାର୍ଜ କଳାବତୀ ବାଘ,ଜୟପୁର ଇନସ୍ପେକ୍ଟର ଶିବରାମ ସାହୁ,କନେଷ୍ଟବଳ ବ୍ଶ୍ବଜିତ ପଣ୍ଡା,ସଞ୍ଜୟ ସାହୁ,ରାମ ଚନ୍ଦ୍ର ହରିଜନ,ଅଜୟ ବିଶ୍ବାଳ ପ୍ରମୁଖ ଯୋ ଦେଇଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment