୨୦୦ ୟୁନିଟ ମାଗଣା ବିଜୁଳି ଦାବିରେ ଆପ୍ ର ଧାରଣା ।

ଭୁବନେଶ୍ବର,୦୮/୦୪; ଓଡିଶାର ପ୍ରତ୍ୟେକ ପରିବାରକୁ ମାସକୁ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ଦାବିରେ ଆମ ଆଦମୀ ପାର୍ଟି ପକ୍ଷରୁ ବୁଧବାର ଠାରୁ ଭୁବନେଶ୍ବର ମାଷ୍ଟରକ୍ଯାଣ୍ଟିନ ଠାରେ ଧାରଣା ଆରମ୍ଭ ହୋଇଛି । ଓଡିଶାରେ ବିଜୁଳି ଉତ୍ପାଦନ ହେଉଥିବା ସତ୍ତ୍ବେ ବିଜୁଳି ଦର ବୃଦ୍ଧି କରିବା ଘଟଣାକୁ ଆପ୍ ବିରୋଧ କରିଛି । ଦେଶର ରାଜଧାନୀ ଦିଲ୍ଲୀରେ ଆପ୍ ସରକାର ମାସିକ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବ୍ଯବହାର କରୁଥିବା ପ୍ରତ୍ୟେକ ପରିବାରକୁ ବିନା ମୂଲ୍ୟରେ ବିଜୁଳି ଯୋଗାଇ ଦେଉଛନ୍ତି । ଓଡିଶାରେ ପ୍ରତ୍ୟେକ ବିଦ୍ଯୁତ୍ ବିତରକ କମ୍ପାନୀଙ୍କ ଗତ ଦଶ ବର୍ଷର ଆକାଉଣ୍ଟସ୍ ସିଏଜିଙ୍କ ଦ୍ବାରା ଅଡିଟ୍ ହେଉ ବୋଲି ଆପ୍ ଦାବି କରିଛି । ଆପ୍ ଓଡ଼ିଶା ଆବାହକ ନିଶିକାନ୍ତ ମହାପାତ୍ରଙ୍କ ନେତୃତ୍ବରେ ଧାରଣା ଦ୍ବିତୀୟ ଦିନରେ ପହଞ୍ଚିଛି ।

Comments (0)
Add Comment