୨୦୦୨ ଦଶମଶ୍ରେଣୀ ଛାତ୍ର ବ୍ୟାଚ୍ ବନ୍ଧୁ ମିଳନ କାର୍ଯ୍ୟକ୍ରମ ।

ବେଲଗୁଣ୍ଠା, ୨୬/୧୨ (ପିପିଟି):ଆଜି ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୨୦୦୨ ମସିହା ଦଶମ ଶ୍ରେଣୀ ବ୍ୟାଚ ର ବନ୍ଧୁମିଳନ ଉତ୍ସବ କିରାପଲ୍ଲୀ ସ୍ଥିତ ମା କୁମାରଶୁଣି ପୀଠରେ ଅନୁଷ୍ଠିତ ହୋଇଯାଇଛି। ନିଜ ବ୍ୟକ୍ତିଗତ ସାଂସାରିକ ଜୀବନ ଭିତରୁ ଗୋଟିଏ ସମୟ ବାହାର କରି ବହୁବର୍ଷ ପରେ ନିଜ ନିଜ ବନ୍ଧୁ ମାନଙ୍କୁ ପାଖରେ ପାଇ ସମସ୍ତ ବନ୍ଧୁ ବହୁତ ଖୁସି ଅନୁଭବ କରିବା ସହ ପୁରୁଣା ଦିନର ସ୍ମୃତିକୁ ତାଜା କରି ବନ୍ଧୁତ୍ବର ଭାବକୁ ଆଦାନ ପ୍ରଦାନ କରିଥିଲେ । ଆଜିର ଏହି ବନ୍ଧୁମିଳନ ଉତ୍ସବରେ ଦୀର୍ଘ ୨୨ବର୍ଷ ପରେ ନିଜ ବନ୍ଧୁ ବିଶ୍ୱ ରଞ୍ଜନ ବେହେରା ସୁଦୂର ବାଙ୍ଗାଲୋରରୁ ଅସି ଯୋଗ ଦେଇଥିବାରୁ ଭାବବିହ୍ଵଳ ହୋଇ ସମସ୍ତ ବନ୍ଧୁ ବହୁତ ଆନନ୍ଦ ପ୍ରକାଶ କରିଥିଲେ ଓ ପରସ୍ପରକୁ ଉପଢୌକନ ଦେଇ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ବ୍ୟାଚ ସଭାପତି ଭାବେ ଶିବପ୍ରସାଦ ମହାପାତ୍ର ଓ ଉପସଭାପତି ଟି. ରାକେଶ ପାତ୍ରଙ୍କୁ ମନୋନୀତ କରାଯାଇଥିଲା। ସମସ୍ତ ବନ୍ଧୁ ନିଜ ନିଜର ବୃତ୍ତିଗତ, ବ୍ୟକ୍ତିଗତ ଓ ସାମାଜିକ ଜୀବନ ସମ୍ପର୍କରେ ଆଲୋଚନା କରିବା ସହ ଆସନ୍ତା ବର୍ଷ ହେବାକୁ ଥିବା ମା ବ୍ରାହ୍ମଣ ଦେଵୀ ଯାତ୍ରାରେ ଗୋଟିଏ ଦିନ ମାଁଙ୍କ ନଗର ପରିକ୍ରମା କରିବା ପାଇଁ ନିଷ୍ପତି ନିଆଯାଇଥିଲା। ସଭା ଶେଷରେ ହୟଗ୍ରୀବ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ବନ୍ଧୁମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିବାବେଳେ ଆଗାମୀ ଦିନରେ ଏଭଳି ମିଳନ ଆହୁରି ସରସସୁନ୍ଦର କରିବାପାଇଁ ସମସ୍ତେ ମତ ଦେଇଥିଲେ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Comments (0)
Add Comment