୨୦ରେ ୟୁଡିଏ ର ଷ୍ଟାର ନାଇଟ କାର୍ଯ୍ୟକ୍ରମ ; ମୁଖ୍ୟ ଆକର୍ଷଣ ଓଲିଉଡ କଳାକାର ।

ଭଞ୍ଜନଗର,୧୭/୦୧(ପିପିଟି): ଭଞ୍ଜନଗର ସହରର ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀ ତରଫରୁ ଆସନ୍ତା ୨୦ତାରିଖରେ ବସ ଷ୍ଟାଣ୍ଡ ନିକଟ ଜେଲ ପଡ଼ିଆ ଠାରେ ତାର ପ୍ରଥମ ବାର୍ଷିକ ଉତ୍ସବ ପାଳନ ଅବସରରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଷ୍ଟାର ନାଇଟ ର ଆୟୋଜନ କରାଯାଇଛି। ଏଥିରେ ଓଲିଉଡ ଜଗତର ପ୍ରତିଷ୍ଠିତ ନାୟକ ଜ୍ୟୋତି, ସମ୍ଭବ,ରାକେଶ,ନାୟିକା ସସ୍ମିତା, କିରଣଙ୍କ ସମେତ ଅନ୍ୟମାନେ ଯୋଗ ଦେଇ ନିଜର ଡ୍ୟାନ୍ସ ଜଲୱା ପ୍ରଦର୍ଶନ କରିବେ। ଏଥିସହ କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବା ସହ ଅନୁଷ୍ଠାନର ପ୍ରାୟ ୫୦ଜଣ ଛାତ୍ରଛାତ୍ରୀ ମଞ୍ଚରେ ନୃତ୍ୟ ପରିବେଷଣ କରିବେ। ଏଥି ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି। କିଭଳି ସମସ୍ତଙ୍କ ସହଯୋଗରେ ଦର୍ଶକ ମାନେ ଶାନ୍ତି ଶୃଙ୍ଖଳାର ସହ ଏହାକୁ ଉପଭୋଗ କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଏଭଳି କାର୍ଯ୍ୟକ୍ରମକୁ ନେଇ ଅନୁଷ୍ଠାନର ଉପଦେଷ୍ଟା ତଥା ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ମୁଖ୍ୟ ପରିଚାଳକ ଜୟକୃଷ୍ଣ ପଟ୍ଟନାୟକ, ପ୍ରଶିକ୍ଷକ ପିଣ୍ଟୁ ବିଷୋୟୀ ଓ ଅନ୍ୟମାନେ ଏହାର ସଫଳତାକୁ ନେଇ ବେଶ ଅଶାବାଦୀ ଅଛନ୍ତି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Comments (0)
Add Comment