ବେଲଗୁଣ୍ଠା,୨୭/୦୧(ପିପିଟି); ପୁଣି ଥରେ ଦେଶ ର ୧ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନିକଟ ରେ ହୋଇଥିବା ଇଣ୍ଡିଆ ଟୁଡେ ମୁଡ ଅଫ ନେସନ ସର୍ଭେ ଏବଂ ଏବିପି –ଆଇଏନଏସ-ସି ଭୋଟର ସର୍ଭେ ରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସବୁଠାରୁ ଶୀର୍ଷରେ ସ୍ଥାନରେ ରହିଛନ୍ତି । ଏହି ଅବସର ରେ ସୁରଡା ନିର୍ବାଚନ ମଣ୍ଡଳୀ ବେଲଗୁଣ୍ଠା ବ୍ଲକ ତରଫରୁ ଏକଦସ୍ତଖତ ସମ୍ବଳିତ ଅଭିନନ୍ଦନ ଓ ଧନ୍ୟବାଦ ବାର୍ତ୍ତା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବେଲଗୁଣ୍ଠା ତହସିଲଦାରଙ୍କ ଜରିଆରେ ପ୍ରେରଣ କରାଯାଇଛି । ଆଜି ପୂର୍ବାହ୍ନ ୧୧.୩୦ ସମୟରେ ବେଲଗୁଣ୍ଠା ବ୍ଲକ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ନାୟକଙ୍କ ନେତୃତ୍ଵରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଶୋୟୀ ଓ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଯୋଗ ଦେଇ ବେଲଗୁଣ୍ଠା କଲ୍ୟାଣ ମଣ୍ଡପ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ପରେ ସେମାନଙ୍କ ସହ ଶତାଧିକ ବିଜେଡ଼ି କର୍ମୀ ଏକ ଶୋଭାଯାତ୍ରାରେ ହାଟପଦା,ଅଳିଆ ସାହି ଦେଇ ବେଲଗୁଣ୍ଠା ତହସିଲଦାର ଅଫିସରେ ପହଞ୍ଚି ତହସିଲଦାର ସରୋଜ କୁମାର ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଅଭିନନ୍ଦନ ପତ୍ର ପ୍ରଦାନ କରିଥିଲେ । କୋଭିଡ ମୁକାବିଲା ହେଉ କି ପପ୍ରାକୃତିକ ବିପର୍ଯ୍ୟୟ ହେଉ କି ଓଡିଶା ର ବିକାଶ ହେଉ ସବୁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶ ରେ ୧ ନମ୍ବର ବୋଲି ବିଧାୟକ ଓ ସାଂସଦ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଲକର ବହୁ ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲା ପରିଷଦ ସଭ୍ୟ,ଏନ୍ଏସିର ପୂର୍ବତନ ନଗରପାଳ,କାଉନ୍ସିଲର,କର୍ମୀ ଓ ସଂଗଠକ ଯୋଗ ଦେଇଥିଲେ ।