ମୋହନା, ୦୯/୦୩(ପିପିଟି); ଗଜପତି ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତଥା ଏସଡିପିଓ ଆର ଉଦୟଗିରୀଙ୍କ ତତ୍ତ୍ଵାବଧାନରେ ମୋହନା ଥାନା ଆଇଆଇସି ସୁଜିତ୍ କୁମାର ନାୟକ ଓ ତାଙ୍କ ଥାନା ଷ୍ଟାପ ଆଜି ତା-୦୯/୦୩/୨୦୨୧ ରିଖ ସକାଳ ପ୍ରାୟ ୦୫.୦୦ ଘଣ୍ଟା କମଳାପୁର ଛକରେ ପେଟ୍ରୋଲିଙ୍ଗ ଡ୍ଯୁଟି କଲା ବେଳେ ଏକ ଟାଟା ୧୫୧୨ କଣ୍ଟେନର ଯାହାର ନମ୍ବର UP 78CN 0361 କୁ ଅଟକାଇ ତାକୁ ଖାନ ତଲାସି କରିବାରେ ଉକ୍ତ ଗାଡ଼ିରେ ୫୧ ଗୋଟି ଗଞ୍ଜେଇ ଭର୍ତ୍ତି ଥିବା ଜରି ବସ୍ତା ସବୁ ମିଳିଲା ଓ ଉକ୍ତ ଗଞ୍ଜେଇ ବସ୍ତା ସବୁକୁ ଉକ୍ତ ଗାଡ଼ିର ଡ୍ରାଇଭର ସୁନିଲ କୁମାର, (ପିତା :- ବୁଦ୍ଧିସେନ,ଗ୍ରାମ :- ଭୀମପୁର, ବୁଲନ୍ଦସହର ଉତ୍ତର ପ୍ରଦେଶ) ତାର ଜଣେ ସାଙ୍ଗ ରମେଶ ସହିତ ମିଶି କୋରାପୁଟ ଏରିଆ ରୁ ଗଞ୍ଜେଇ ଲୋଡ କରି ନେଇ ଦିଲ୍ଲୀ ଚାଲାଣ କରୁଥିଲେ । ରମେଶ ରାୟଗଡ଼ ରେ ଗାଡିରୁ ଓହ୍ଲେଇ ପଡ଼ିଲା ଓ ସୁନିଲ ଏକୁଟିଆ ଗାଡ଼ି ଧରି ଯାଉଥିଲା । ମୋହନା ଆଡିସିନଲ ତହସିଲଦାର ତଥା ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଆଶିଷ କୁମାର ପ୍ରଧାନଙ୍କ ଉପସ୍ଥିତିରେ ସମୁଦାୟ ଗଞ୍ଜେଇ ବସ୍ତାକୁ ଓଜନ କରିବାରେ ସମୁଦାୟ ଗଞ୍ଜେଇ ୧୪୭୦ କେଜି ୧୦୦ ଗ୍ରାମ ହେଲା । ଯାହାର ଅନୁମାନିକ ମୁଲ୍ୟ ପ୍ରାୟ ୧ କୋଟି ୭୬ ଲକ୍ଷ ଟଙ୍କା ହେବ । ଉପରୋକ୍ତ ଡ୍ରାଇଭରକୁ ଗିରଫ କରାଯାଇଛି ଓ ଆସନ୍ତା କାଲି ତାକୁ କୋର୍ଟ ଚାଲାଣ କରାଯିବ । ଏ ବାବଦକୁ ମୋହନା ଥାନା କେସ ନମ୍ବର ୬୭/୨୧ ରେଜିଷ୍ଟ୍ରି କରାଯାଇଛି । ଓ ଏସଆଇ ସୁନିଲ କୁମାର ଦଳେଇ ତଦନ୍ତ ଭାର ନେଇଛନ୍ତି ।