୧୯୯୨ ମସିହା ଦଶମ ଶ୍ରେଣୀ ବେଚ୍ ର ବନ୍ଧୁ ମିଳନ ।

ବେଲଗୁଣ୍ଠା,୨୪/୧୨(ପିପିଟି); ବନ୍ଧୁତାର ବନ୍ଧନ ରେ ଆଜୀବନ ବନ୍ଧିରଖିବା ଉଦ୍ଦେଶ୍ୟରେ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୯୨ ଦଶମ ଶ୍ରେଣୀ ପୁରାତନ ଛାତ୍ର ମାନେ ଶରଣକୁଳ ନିକଟସ୍ଥ ଶିମିଲି ଝର ଠାରେ ଏକ ବନ୍ଧୁ ମିଳନ କାର୍ଯୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଭି. ଗୋପାଳ ପତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ପୁରାତନ ବନ୍ଧୁ ମନେ ଏକତ୍ରିତ ହୋଇ ନିଜନିଜ ବ୍ୟସ୍ତତା ଜୀବନର ଅନୁଭବ ଆଦାନ ପ୍ରଦାନ କରି ଥିଲେ। ଇହଧାମ ପରିତ୍ୟାଗ କରିଥିବା କିଛି ବନ୍ଧୁ ଯଥା ମନୋଜ ରଣା, କୃଷ୍ଣ ପତ୍ର ଏବଂ ପୂର୍ଣ୍ଣ ସାମଲଙ୍କ ଆତ୍ମାର ସଦ୍ଗତି ପାଇଁ ୨ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ଆଗାମୀ ଦିନରେ ବନ୍ଧୁ ଏବଂ ତାଙ୍କ ପରିବାରର ଯେକୋୖଣସି ଅସୁବିଧାରେ ଯଥା ଶକ୍ତି ସହଯୋଗ କରାଯିବ ପାଇଁ ବାବୁ ସ୍ୱାଇଁ ପ୍ରସ୍ତାବ ଦେଇଥିଲେ ଏହାକୁ ପ୍ରାଣକୃଷ୍ଣଙ୍କ ସମେତ ସମସ୍ତ ବନ୍ଧୁ ସମର୍ଥନ ଜଣାଇଥିଲେ।

Comments (0)
Add Comment