୧୮୦ ଜଣ ମାଓ ସମର୍ଥକଙ୍କ ଆତ୍ମ ସମର୍ପଣ ।

ମାଲକାନଗିରି,୧୧/୦୬(ପିପିଟି):ଆଜି ସ୍ବାଭିମାନ ଅଞ୍ଚଳର ୧୮୦ ଜଣ ମାଓ ସମର୍ଥକମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣା ପଡିଛି । ଗତ କିଛି ଦିନ ତଳେ ପୁଲିସ ଡିଜି ସୁନୀଲ ବଂଶଲ ମାଲକାନଗିରି ଗସ୍ତ କରି ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀ ଠାରେ ନୂତନ ଭାବେ ଅବସ୍ଥାପିତ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ମାଓ ଦମନ ନେଇ ସମୀକ୍ଷା କରିଥିଲେ। ବିଏସଏଫ କ୍ୟାମ୍ପରେ ପୁଲିସ ଡିଜିଙ୍କ ସମ୍ମୁଖରେ ୫୦ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ। ସମସ୍ତେ ଭବିଷ୍ୟତରେ ମାଓବାଦୀଙ୍କୁ ସମର୍ଥନ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅଞ୍ଚଳର ବିକାଶରେ ସମସ୍ତେ ଭାଗିଦାର ହେବେ ବୋଲି କହିଥିଲେ। ସମସ୍ତ ଗ୍ରାମବାସୀଙ୍କୁ ପୁଲିସ ଡିଜି ଦୈନନ୍ଦିନ ସାମଗ୍ରୀ ସହ ଲୁଙ୍ଗି, ଶାଢି,କମ୍ବଳ, ଶିଶୁଙ୍କ ପାଇଁ ବହିପତ୍ର, ଯୁବକମାନଙ୍କ ପାଇଁ ଖେଳ ସାମଗ୍ରୀ ପ୍ରଦାନ କରିଥିଲେ । ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତରେ ୧୮୦ରୁ ଉର୍ଦ୍ଧ୍ବ ମାଓବାଦୀ ମିଲିସିଆ ଆତ୍ମସମର୍ପଣ କରିଛନ୍ତି । ଡାବୁଗୁଡା, ଧାକୋଡ଼ପଦର,ଆର୍ଲିଙ୍ଗପୋଡା ଆଦି ଅଞ୍ଚଳର ସବୁ ଗ୍ରାମବାସୀ ପୂର୍ବରୁ ମାଓ ସଂଗଠନ ପାଇଁ କାମ କରି ଆସୁଥିଲେ । ଯନ୍ତ୍ରୀ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ପରେ ମାଓବାଦୀଙ୍କ ଗଡ ଭୁଶୁଡି ପଡିଛି, ଯାହା ଫଳରେ ସ୍ବାଭିମାନ ଅଞ୍ଚଳରେ ହଉଥିବା ବିକାଶକୁ ଦେଖି ଆଜି ୧୮୦ ଜଣ ମାଓ ସମର୍ଥକ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଏବଂ ଏହି ତିନି ଗ୍ରାମର କିଛି ପୁରୁଷଙ୍କୁ ମାଓବାଦୀ ଦେଇଥିବା ମାଓ ପୋଷାକଗୁଡିକୁ ନିଆଁରେ ପୋଡି ଦେଇଥିଲେ ସ୍ଥାନିୟ ଯୁବକ ଯୁବତୀମାନେ । ଏହା ବ୍ଯତିତ ମାଓବାଦୀ ମୁର୍ଦ୍ଦାବାଦ ବୋଲି ଶ୍ଲୋଗାନ ଦେଇଥିଲେ । ଚିତ୍ରକୋଣ୍ଡା ଡିଏସପି,ବିଡିଓ ଚିତ୍ରକୋଣ୍ଡା, ଯୋଡ଼ାଆମ୍ବ ଥାନା ଅଧିକାରୀଙ୍କ ଆଗରେ ଏମାନେ ଆତ୍ମ ସମର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment