୧୬ ତମ ଜାତୀୟ ମତଦାତା ଦିବସ ପାଳିତ।

ଯାଜପୁର,୨୨/୦୧(ପିପିଟି): ଗଣତନ୍ତ୍ରର ମୂଳ ଆଧାର ଭୋଟ ଅଧିକାର ପ୍ରତି ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ୧୬ତମ ଜାତୀୟ ମତଦାତା ଦିବସ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି।

ଏହି ଅବସରରେ ଜିଲ୍ଲାପାଳ ଅମ୍ବର କୁମାର କର ସମସ୍ତ ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କୁ ଗଣତନ୍ତ୍ର ପ୍ରତି ନିଷ୍ଠା, ସ୍ୱଚ୍ଛ ଓ ନିର୍ଭୟ ମତଦାନ, ଏବଂ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଭାଗିଦାରୀ ସମ୍ପର୍କିତ ସପଥ ପାଠ କରାଇଥିଲେ।

ଉକ୍ତ ଦିବସରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ,ଶିବାନନ୍ଦ ସ୍ବାଇଁ,ଉପ ଜିଲ୍ଲାପାଳ,ତାପସ ରଞ୍ଜନ ଦେହୁରୀ, ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଗଣତନ୍ତ୍ର ସୁଦୃଢ଼ତା ପ୍ରତି ନିଜ ଅଙ୍ଗୀକାର ପୁନଃବ୍ୟକ୍ତ କରିଥିଲେ।
ଏହି ଦିବସ ପାଳନ ମାଧ୍ୟମରେ ମତଦାନ ସଚେତନତା ବୃଦ୍ଧି ସହ ଏକ ସକ୍ରିୟ,ସମାବେଶୀ ଓ ସୁଦୃଢ଼ ଗଣତନ୍ତ୍ର ଗଢ଼ି ତୋଳିବା ପାଇଁ ସମସ୍ତଙ୍କୁ ପ୍ରେରଣା ମିଳିଥିଲା।

Comments (0)
Add Comment