୧୬ତମ ଜାତୀୟ ମତଦାତା ଦିବସ ୨୦୨୬ ପାଳିତ ।

ବ୍ରହ୍ମପୁର,୨୫/୦୧(ପିପିଟି):୧୬ତମ ଜାତୀୟ ମତଦାତା ଦିବସ ୨୦୨୬ ଅବସରରେ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି । ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରା ଉପଜିଲ୍ଲାପାଳ କାର୍ଯ୍ୟାଳୟ ରୁ ଆରମ୍ଭ ହୋଇ କମାପଲ୍ଲୀ,କୋର୍ଟ ଦେଇ ପୁଣି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଶେଷ ହୋଇଥିଲା । ପଦଯାତ୍ରାରେ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ, ବୁଥ ସ୍ତରୀୟ ଅଧିକାରୀ ଅଂଶ ଗ୍ରହଣ କରିଥିଲେ । ଅଂଶ ଗ୍ରହଣକାରୀ ମାନେ ଗୋଟିଏ ଭୋଟ ଅତି ମୂଲ୍ୟବାନ,ଭୋଟ ଦେବା ହେଉଛି ଆମ ଅଧିକାର,ଭୋଟର ତାଲିକାରେ ନାମ ପଞ୍ଜିକରଣ କରନ୍ତୁ କହି ସ୍ଲୋଗାନ ଦେଇ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ସୁବ୍ରତ ରାମ ବିରାମ ଶତପଥି, ଆସିଷ୍ଟାଣ୍ଟ କମିଶନର ରୋନିତ୍ କୁମାର,ତହସିଲଦାର ରାକେଶ କୁମାର ପରିଡ଼ା,ଅତିରିକ୍ତ ତହସିଲଦାର ହୃଷିକେଶ ପଣ୍ଡା ଉପସ୍ଥିତ ରହିଥିଲେ ।

Comments (0)
Add Comment