୧୬କୋଟି ବ୍ୟୟରେ ହେବ ଗାଲେରୀ ନୂତନ ମେଡ଼ିକାଲ ।

ଭଞ୍ଜନଗର,୦୩/୦୮(ପିପିଟି):ଗତ ୧୯୮୦ମସିହାରେ ବରିଷ୍ଠ କଂଗ୍ରେସ ନେତା ସୋମନାଥ ରଥଙ୍କ ଦ୍ୱାରା ଭଞ୍ଜନଗର ଉପଖଣ୍ଡ ଅଧିନସ୍ଥ ଗାଲେରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପିତ ହୋଇଥିଲା।ଏହାର ଉନ୍ନତିକରଣ କାର୍ଯ୍ୟ ଦୀର୍ଘ ୪୫ବର୍ଷ ପରେ ଆରମ୍ଭ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି ନୂତନ କୋଠାର ଶିଳାନ୍ୟାସ କରିଥିଲେ। ଏହି ମେଡ଼ିକାଲ ଉପରେ ୩ଟି ଜିଲ୍ଲା ତଥା ଆଖପାଖର ୭ଟି ପଞ୍ଚାୟତର ଲୋକମାନେ ନିର୍ଭର କରୁଛନ୍ତି।ତେଣୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବିଧାୟକ ଶ୍ରୀ ନାୟକ ଯୋଜନା ପ୍ରସ୍ତୁତ କରିଛନ୍ତି।ଏହି ଉପାନ୍ତ ଅଞ୍ଚଳର ବିକାଶ ପାଇଁ ବର୍ତ୍ତମାନ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ମେଡିକାଲ ସମ୍ପ୍ରସାରଣ ପାଇଁ ୧୫ କୋଟି ୩୯ ଲକ୍ଷ ଟଙ୍କା ବ୍ୟୟ ହେବ।ଏଠାରେ ସମସ୍ତ ଅତ୍ୟାଧୁନିକ ସେବା ଉପଲବ୍ଧ ହେବ। ମେଡିକାଲ କାର୍ଯ୍ୟ ୧୮ ମାସରେ ସରିବ। ଏହାପରେ ଅଞ୍ଚଳବାସୀ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇପାରିବେ ବୋଲି ବିଧାୟକ ନାୟକ କହିଥିଲେ। ଭଞ୍ଜନଗର ନିର୍ବାଚନମଣ୍ଡଳୀର ୧୧ଟି ମେଡିକାଲର ଖାଲିଥିବା ଡାକ୍ତର ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଇଛି। ଶିକ୍ଷା, ସାସ୍ଥ୍ୟ, ଗମନାଗମନର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି।ଗୁଣ୍ଡୁରି ବାଡି, ମୁଦୁଲି ପଲ୍ଲୀ ପଞ୍ଚାୟତରେ ଆଗାମୀ ଦିନରେ ୨ଟି ନୂତନ ହାଇସ୍କୁଲ ନିର୍ମାଣ ହେବ।କୁଲାଡ଼ ଠାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଉଦ୍ଦେଶ୍ୟରେ ଏକ ମ୍ୟୁଜିଅମ କରାଯିବ। ଯେଉଁମାନଙ୍କର ପକ୍କା ଘର ନାହିଁ ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବ।ଆଜିର ସଭାରେ ପୂର୍ତ୍ତ ବିଭାଗ ଅଧିକ୍ଷକ ସତ୍ୟ ରଞ୍ଜନ ପରିଡ଼ା, ଭଞ୍ଜନଗର ମେଡିକାଲ ଅଧୀକ୍ଷକ ଡ. ଶୀତାଂଶୁ ଶେଖର ଶତପଥୀ, ଗାଲେରୀ ମେଡିକାଲ ଅଫିସର୍‌ ଡ ଭଗବାନ ସାହୁ, ନିର୍ବାହୀଯନ୍ତ୍ରୀ ପ୍ରତାପ ଚନ୍ଦ୍ର ନାୟକ, ଏମ୍‌ପି ପ୍ରତିନିଧି ସନ୍ତୋଷ ତିଆଡ଼ି, ଜିଲ୍ଲାପରିଷଦ ଏମ୍‌ପି ପ୍ରତିନିଧି ଶିବଶଙ୍କର ପ୍ରଧାନ, ରବୀନ୍ଦ୍ର ଗୌଡ଼, ସରପଞ୍ଚ ସୁମିତ୍ରା ଗୌଡ଼, ସମିତିସଭ୍ୟା ମାମାଜିନି ଗୌଡ଼, ରବୀନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ।
ଏହି ଅବସରରେ ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ , ହାଇକୋର୍ଟ ଆଇନଜୀବୀ ନିରଞ୍ଜନ ସ୍ବାଇଁ , ସୁବାସ ବରାଡ଼, ମନୋଜ ପ୍ରଧାନ , ମନୋଜ ପଣ୍ଡା, ଧବଳେଶ୍ବର ମାଝୀ, ଧୋବା ଗୌଡ଼, ଗୋଲା, ମାନସ ଜେନା , ଟୁନା ବେହେରା, ସୁବାସ ପ୍ରଧାନ, ସୁନୀଲ ନାୟକ, ଶ୍ରୀନିବାସ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ଏମ୍‌ପି ପ୍ରତିନିଧି ରବୀନ୍ଦ୍ର ଗୌଡ଼ ସଭାକୁ ସଂଯୋଜନା କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment