୧୫ ବର୍ଷ ରୁ କମ ଇଣ୍ଟରକ୍ଲବ୍ ଫୁଟବଲ୍ ଚାମ୍ପିଅନସିପ-୨୦୨୫ର ଦ୍ଵିତୀୟ ମ୍ୟାଚ ।

ସୁବର୍ଣ୍ଣପୁର ,୦୮(ପିପିଟି):ସୋନପୁର ଗାନ୍ଧୀ ଷ୍ଟାଡିୟମ ରେ ୧୫ ବର୍ଷ ରୁ କମଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ ୨୦୨୫ ଗତକାଲି ଉଦଘାଟନ ହୋଇଯାଇଥିବାବେଳେ ଆଜି ଦ୍ଵିତୀୟ ଦିବସ ର ଖେଳ ବି ଏସ ଏ ଉଲୁଣ୍ଡା ଓ ରାମଜୀ କ୍ଲବ୍ ନିମ୍ନା ମଧ୍ୟରେ ପ୍ରଥମ ମ୍ୟାଚ ଓ ରାମଧୁନ ଏ ଓ ରାମଧୂନ୍ ବି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ, ଫୁଟବଲ୍ ଆସୋସିଏସନ୍ ଓଡିଶା, ଯୁବ କ୍ରୀଡା ବିଭାଗ ଓଡ଼ିଶା ସରକାର ମିଳିତ ସହଯୋଗ ରେ ଅନୁଷ୍ଟିତ ଆଜିର ଏହି ଟର୍ଣ୍ଣାମେଣ୍ଟ କୁ ମୁଖ୍ୟ ଅତିଥି ଭାବରେ ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ଋଷି ମାଝୀ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସୁଚନା ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ସ୍ଵାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ସାମ୍ୱାଦିକ ବିବେକା ନନ୍ଦ ମିଶ୍ର ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଜିଲ୍ଲା ର ସମସ୍ତ ବ୍ଳକ୍ ରୁ ୧୦ ଗୋଟି ଫୁଟବଲ୍ ଦଳ ଏଥିରେ ଭାଗ ନେବାକୁ ଥିବା ବେଳେ ଆଜି ବି ଏସ ଏ ଉଲୁଣ୍ଡା ଓ ରାମଜୀ କ୍ଲବ୍ ନିମ୍ନା ମଧ୍ୟରେ ପ୍ରଥମ ମ୍ୟଚ ଓ ରମଧୁନ ଏ ଓ ରାମ ଧୂନ୍ ବି ମଧ୍ୟରେ ଦ୍ଵିତୀୟ ମ୍ୟାଚ ଅନୁଷ୍ଠିତ ହୋଇଛି । ତୃତୀୟ ମ୍ୟାଚ୍ ରାମ ଧୂନ୍ ସି ଓ ରାମ ଧୂନ୍ ଡି ମଧ୍ୟରେ ଅନୁଷ୍ଟିତ ହୋଇଥିଲା । ପ୍ରଥମ ମ୍ୟାଚ୍ ରେ ୧-୦ ଗୋଲ ରେ ନିମ୍ନା ଦଳ ବିଜୟୀ ହୋଇ ଥିବା ବେଳେ ଦ୍ଵିତୀୟ ମ୍ୟାଚ ରେ ରାମଧୁନ ବି ଦଳ ୨-୦ ଗୋଲ୍ ଓ ତୃତୀୟ ମ୍ୟାଚ୍ ରେ ରାମ ଧୂନ୍ ସି ଦଳ ୧-୦ ଗୋଲ୍ ରେ ବିଜୟୀ ହୋଇଛି । ପ୍ରଥମ ମ୍ୟାଚ କୁ ସଞ୍ଜୀବ ସାହୁ ମୂଖ୍ୟ ରେଫରି ଭାବେ ସହଯୋଗି ରେଫରି ଭାବେ ପ୍ରଶାନ୍ତ ସେଠି, ନରେଶ ମାଝୀ ଓ ଶ୍ରବଣ ବିଶ୍ଵାଳ ଫୋର୍ଥ ଅଫିସିଆଲ୍ ଭାବେ ଖେଳ ପରି ଚାଳନା କରିଥିବା ବେଳେ ଦ୍ଵିତୀୟ ଓ ତୃତୀୟ ମ୍ୟାଚ କୁ ଅନିଲ ଭୋଇ ମୁଖ୍ୟ ରେଫରୀ ଭାବେ ରାଜେଶ ଥନlପତି , ଅନିତା ମହାକୁଡ ସହଜୋଗି ଓ ସଞ୍ଜୀବ ସାହୁ ଫୋର୍ଥ ଅଫିସିଆଲ୍ ଭାବେ ଖେଳ ପରି ଚାଳନା କରିଥିଲେ । ଦିଗାମ୍ୱର ଶତପଥି ଅତିଥି ପରିଚୟ କରି ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ । ଜିଲ୍ଲା କ୍ରିଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡା ଙ୍କ ତତ୍ୱା ଵଧାନ ରେ ଅନୁଷ୍ଟିତ ଏହି ଖେଳ ରେ ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀ ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment