ସୁବର୍ଣ୍ଣପୁର ,୨୯/୦୩(ପିପିଟି) : ଆସନ୍ତା ଏପ୍ରିଲ ୨ ତାରିଖ ରେ ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମ ରେ ହେବାକୁ ଥିବା ୧୫ ବର୍ଷ ରୁ କମ୍ ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ ୨୦୨୫ ପାଇଁ ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ ପକ୍ଷରୁ ପ୍ରସ୍ତୁତି ଆରଂଭ ହୋଇଛି । ଜିଲ୍ଲା ର ସମସ୍ତ ବ୍ଳକ୍ ରୁ ୧୦ ଗୋଟି ଫୁଟବଲ୍ ଦଳ ଏଥିରେ ଭାଗ ନେବାକୁ ଥିବା ବେଳେ ଏଥିରୁ ପ୍ରଥମ ପର୍ଯ୍ୟାୟ ରେ ୪୦ ଜଣ ଓ ଦ୍ୱିତୀୟ ପର୍ଯ୍ୟାୟ ରେ ସେଥିରୁ ୨୪ ଜଣ ଖେଳାଳୀ ଙ୍କୁ ରାଜ୍ୟ ସ୍ତରୀୟ ଫୁଟବଲ୍ ପାଇଁ ମନୋନୀତ କରାଯିବ ବୋଲି ଜିଲ୍ଲା କ୍ରିଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡା ପ୍ରକାଶ କରିଛନ୍ତି । ଜିଲ୍ଲା କ୍ରୀଡ଼ା ସଂଘ ର ଅଧ୍ୟକ୍ଷା ଜିଲ୍ଲାପାଳ ଅନ୍ୟା ଦାସ ଙ୍କ ପରାମର୍ଶ କ୍ରମେ ଚାଲିଥିବା ଏହି ୧୫ ବର୍ଷରୁ କମ ଫୁଟବଲ୍ ଚାମ୍ପିଅନସିପ ପାଇଁ ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ର ଟେକ୍ନିକାଲ କମିଟି ହେଡ୍ ସୁନିଲ ମିତ୍ର ଆଜି ଗାନ୍ଧୀ ଷ୍ଟାଡିୟମ୍ ଓ ଏହାର ଭିତ୍ତି ଭୂମି ପରିଦର୍ଶନ କରି ଜିଲ୍ଲା କ୍ରିଡ଼ା ସଂଘ କର୍ମକର୍ତା ଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିବା ଜଣା ଯାଇଛି । ସ୍ପୋର୍ଟସ ହଷ୍ଟେଲ ଏକାଡେମି ଓଡ଼ିଶା ସରକାର ଏହାର ତଦାରଖ ଓ ସବୁ ଖର୍ଚ୍ଚ ବହନ କରିବ ବୋଲି ଶ୍ରୀ ପଣ୍ଡା ସୁଚନା ଦେଇଛନ୍ତି ।
ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ