୧୫ ଦିନ ମୃତ୍ୟୁ ସହିତ ସଂଗ୍ରାମ ପରେ ଆଖି ବୁଜିଲେ ଯବାନଙ୍କ ପତ୍ନୀ ଲିପି ।

ବୁର୍ଲା,୧୩/୦୫: ଦେଶ ମାତୃକାରେ ସୁରକ୍ଷା ପାଇଁ ସୀମାରେ ନିୟୋଜିତ ଜଣେ ଯବାନଙ୍କ ସ୍ତ୍ରୀ ବୁର୍ଲା ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଦୀର୍ଘ ୧୫ ଦିନ ଧରି ଜୀବନ ସହ ସଂଗ୍ରାମରେ ହାରି ଯାଇ ଯବାନ ଦେବରାଜ ଗଣ୍ଡଙ୍କ ସ୍ତ୍ରୀ ଜଶ୍ମିନ ବୁଧବାର ଭୋର ୧ଟା ସମୟରେ ଆଖି ବୁଜିଛନ୍ତି। ସେ ତାଙ୍କ ପଛରେ ତାଙ୍କ ସଦ୍ଯ ଜନ୍ମିତ ଶିଶୁକନ୍ୟାକୁ ଛାଡ଼ି ଯାଇଛନ୍ତି। ରାତ୍ରି ସମୟରେ ତାଙ୍କୁ ରକ୍ତ ୟୁନିଟ ଦିଆଯିବା ପାଇଁ ବ୍ୟବସ୍ଥା ହେଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ହସ୍ତଗତ ହୋଇଛି । ସେପଟେ ଉତ୍କୃଷ୍ଟ ମାନର ଚିକିତ୍ସା ନ ମିଳିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଛି। ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକର ସୁନ୍ଦରଗଡ ସୀମାବର୍ତ୍ତୀ ଟେଙ୍ଗନାମାଲ ଗାଁର ସୀମା ସୁରକ୍ଷା ବଳ(ଏସ୍ଏସବି) ରେ କାର୍ଯ୍ୟରତ ଯବାନ ଦେବରାଜ ଗଣ୍ଡଙ୍କ ସ୍ତ୍ରୀ ଜଶ୍ମିନ ଗତ ଅପ୍ରେଲ ୨୮ ତାରିଖରେ ଝାରସୁଗୁଡ଼ା ମୁଖ୍ଯ ଚିକିତ୍ସାଳୟରେ ଏକ ଶିଶୁକନ୍ଯାଙ୍କୁ ଜନ୍ମ ଦେଇଥିଲେ। ଅସ୍ତ୍ରୋପଚାର ମାଧ୍ଯମରେ ଶିଶୁକନ୍ୟାକୁ ଜନ୍ମ ଦେବାପରେ ହଠାତ ସେ ଗୁରୁତର ଅସୁସ୍ଥ ହୋଇ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଅପ୍ରେଲ ୨୯ ତାରିଖରେ ତୁରନ୍ତ ତାଙ୍କୁ ବୁର୍ଲାର ଭିମସାର ସ୍ଥାନାନ୍ତରିତ କରାଯାଇ ଆଇସିୟୁରେ ଭର୍ତ୍ତି କରା ଯାଇଥିଲା। ସୂଚନା ଯୋଗ୍ଯ ଯେ, ସୀମାରୁ ଡାକରା ପାଇ ସଦ୍ଯ ପ୍ରସୂତି ସ୍ତ୍ରୀଙ୍କୁ ରୋଗ ଶଯ୍ୟାରେ ଛାଡ଼ି କର୍ତ୍ତବ୍ଯନିଷ୍ଠ ଯବାନ ଦେବରାଜ ଗଣ୍ଡ ଗତ ଶନିବାର ଦେଶମାତୃକାର ସୁରକ୍ଷା ପାଇଁ କାର୍ଯ୍ଯରେ ଯୋଗଦେଇ ଦେବାକୁ ତୁରନ୍ତ ଅରୁଣାଞ୍ଚଳ ପ୍ରଦେଶ ପ୍ରସ୍ଥାନ କରିଛନ୍ତି। ଉକ୍ତଦିନ ଭିମସାର ରକ୍ତ ଭଣ୍ଡାରରେ ରକ୍ତ ନ ଥିବାରୁ ଲିପିଙ୍କ ଚିକିତ୍ସା ପାଇଁ ଆବଶ୍ଯକ ରକ୍ତ ଯୋଗାଡ଼ ପାଇଁ ଯବାନଙ୍କ ପରିବାରଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ କେତେକ ସ୍ବେଚ୍ଛାସେବୀ ତାଙ୍କ ପାଇଁ ରକ୍ତଦାନ କରିଥିଲେ।

Comments (0)
Add Comment