୧୫ ଦିନ ମଧ୍ୟରେ ନିର୍ମାଣ ଶ୍ରମିକମାନଙ୍କ ପରିଚୟ ପତ୍ର ପ୍ରଦାନ କରା ନଗଲେ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ ହେବ : ଟିୟୁସିଆଇ ।

ହିଞ୍ଜିଳିକାଟୁ,ତା-୨୨/୧୦(ପିପିଟି) ; କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ରରେ ନିଯୁକ୍ତି ହୋଇ ଜୀବିକା ନିର୍ବାହ କରି ଆସୁଥିବା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ରାଳବ ଗ୍ରାମ ପଞ୍ଚାୟତର ୧୭୭, ଦରୁଭଦ୍ରା ୯୩, କଞ୍ଚୁରୁ ୨୮, ସାରୁ ୨୨୮, ଦୁରୁବନ୍ଧ ୧୪, ଶାସନ ଆମ୍ବ ଗାଁ ୨୨୫, ପୋଚିଲିମା ୭୨, ପୁଟିଆ ପଦର ୧୨, ମକରଝୋଳ ୧୧୯, ସିକିରି,୨୦ ଓ ଅନ୍ତରି ଗାଁ ୩୦ ଜଣ ନିର୍ମାଣ ଶ୍ରମିକ ପଞ୍ଜିକରଣ ପାଇଁ ଗତ ଫେବୃଆରୀ ୨୦୧୯ରେ ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରେ ଆବେଦନ ପତ୍ର ଦାଖଲ କରିଥିଲେ। ଦୀର୍ଘ ୨୦ ମାସ ବିତି ଯାଇଥିଲେ ମଧ୍ୟ ଏବେ ସୁଦ୍ଧା ପଞ୍ଜିକରଣ ହୋଇପାରି ନାହିଁ। ଶ୍ରମିକ ମାନେ ହେଉଛନ୍ତି ଏଦେଶର ଭବିଷ୍ୟତ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାରେ ସେମାନଙ୍କୁ ପ୍ରତି ଏତେ ଅଣଦେଖା କାହିଁକି ? ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ଷ୍ଟାପ ଅଭାବ, ଭେରିଫିକେସନ୍ କହି ସମୟ ପରେ ସମୟ ଗଡେଇ ଚାଲିଛନ୍ତି । ଏହା ମଧ୍ୟରେ ଦୀର୍ଘ ୨୦ ମାସ ଅତିକ୍ରାନ୍ତ ହେବା ସତ୍ତ୍ବେ କୌଣସି ସୁଫଳ ମିଳିନାହିଁ। ଶେଷରେ ବାଧ୍ୟହୋଇ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ (ଟି ୟୁ ସି ଆଇ) ଗଞ୍ଜାମ ଜିଲ୍ଲା କମିଟି ର ଉପସଭାପତି ଦନାର୍ଦନ ସେଠୀ, ନାରାୟଣ ବରଡ, ନୀଳ ଭଉଳ, ସୁଦର୍ଶନ ପୃଷ୍ଟି, ରଞ୍ଜନ ଦଳାଇ ଓ ଶଙ୍କର ରାଉତ,ରାଜେନ୍ଦ୍ର ସେଠୀ,ଦେବହରି ବେହେରାଙ୍କ ନେତୃତ୍ୱରେ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁଙ୍କୁ ସାକ୍ଷାତ କରି ଲିଖିତ ଦୃଷ୍ଟି ଆକର୍ଷଣ କରାଯାଇଛି ଆସନ୍ତା ୧୫ ଦିନ ମଧ୍ୟରେ ଆବେଦନକାରୀଙ୍କୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାନଗଲେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରି ରାସ୍ତାକୁ ଓହ୍ଲାଇବା ସହ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯିବ । ୨୦ ଅକ୍ଟୋବର ୨୦୨୦ରେ ମଙ୍ଗଳବାର ଦିନ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଲିଖିତ ପ୍ରଦାନ କରିବା ସହ ଏହାର ଏକକିତା ନକଲ ଜିଲ୍ଲାପାଳ, ଯୁଗ୍ମ ଶ୍ରମ କମିଶନର, ଜିଲ୍ଲା ଆରଖି ଅଧୀକ୍ଷକ, ଗୋଷ୍ଠୀ ଉନୟନ ଅଧିକାରୀ ହିଞ୍ଜିଳିକାଟୁ,ଜିଲ୍ଲା ଆରକ୍ଷୀ ଅଧୀକ୍ଷକ(ପୋଲିସ), ସଂପୃକ୍ତ ଗ୍ରାମ ପଞ୍ଚାୟତ ସରପଞ୍ଚ ମାନଙ୍କୁ ପ୍ରଦାନ କରାଯାଇଛି ।

(ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।)

Comments (0)
Add Comment