୧୫ ଜଣ କର୍ମଚାରୀଙ୍କୁ ହିଞ୍ଜିଳି ବ୍ଲକରେ ଦିଆଗଲା ବିଦାୟ ସମ୍ବର୍ଦ୍ଧନା ।

ବ୍ରହ୍ମପୁର,୨୧/୦୮(ପିପିଟି): ହିଞ୍ଜିଳି ବ୍ଲକରେ କାର୍ଯ୍ୟରତ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସହକାରୀ ଯନ୍ତ୍ରୀଙ୍କୁ ମିଶାଇ ୧୫ ଜଣ କର୍ମଚାରୀଙ୍କୁ ରବିବାର ଦିନ (ତା ୨୧-୦୮ରିଖ ) ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ଆବାହକରେ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ବିଦାୟକାଳୀନ ସଭାରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳି ବ୍ଲକ ଅଧ୍ୟକ୍ଷା ସରସ୍ବତୀ ସେଠୀ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ସୁନୀଲ କୁମାର ଗନ୍ତାୟତ,ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ର ଓ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରଶାନ୍ତ କୁମାର ରଥ ମଞ୍ଚାସୀନ ଥିଲେ। ମୁଖ୍ୟ କିରାଣୀ ଦିବାଧର ପୂଝାରୀ, ବରିଷ୍ଠ ସହାୟକ ଡି. ଗୋପାଳ ରେଡ୍ଡୀ, କୋଷଧକ୍ଷ ଜଗନ୍ନାଥ ପାଢ଼ୀ,ସୁଜିତ କୁମାର ସାହୁ, ମନୋଜ କୁମାର ପଟ୍ଟନାୟକ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଟ୍ଟନାୟକ, ଅଶ୍ୱିନୀ କୁମାର ସାହୁ,କିଶୋର ଚନ୍ଦ୍ର ସାହୁ,ପୂର୍ଣ୍ଣଚନ୍ଦ୍ର ସାହୁ,ଏସ.ରାଜେଶ ରାଓ,ନବୀନ ଚନ୍ଦ୍ର ମହାରଣା, ମଧୁସୂଦନ ବିଷୋୟୀ,ଲୋକନାଥ ପାଢ଼ୀ ଏବଂ ସହକାରୀ ଯନ୍ତ୍ରୀ ସୀମାଞ୍ଚଳ ଦାଶ ଓ ସୁଶୀଲ କୁମାର ପଣ୍ଡା ପ୍ରମୁଖ ବିଦାୟୀ କର୍ମଚାରୀ ଉପସ୍ଥିତ ଥିଲେ। ଗୋଷ୍ଠି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଜେନା ବିଦାୟୀ କର୍ମଚାରୀ ମାନଙ୍କ ସହଯୋଗ ଓ ନିଷ୍ଠାପର କର୍ତ୍ତବ୍ୟର ଉପଯୋଗୀତା ଉପରେ ବକ୍ତବ୍ୟ ରଖିଥିଲେ। ସେହିପରି ପୂର୍ବ ଅନୁଭୂତିକୁ ଉପଯୋଗ କରି ନିଜର କର୍ମ କ୍ଷେତ୍ରରେ ଆଗକୁ ସଫଳତା ହାସଲ କରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଥିଲେ । ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ ବିଦାୟୀ କର୍ମଚାରୀଙ୍କୁ ଉତ୍ତରୀୟ ପ୍ରଦାନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ସମିତିର ଅଧିକାରୀ କମ୍ପୁଟର ପ୍ରୋଗ୍ରାମର ଦଣ୍ଡପାଣି ଦାଶ, ଜଳ ଓ ପରିମଳ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ,ସହକାରୀ ଯନ୍ତ୍ରୀ (୧)ରବୀନ୍ଦ୍ର ନାୟକଙ୍କ ସମେତ ବ୍ଳକ କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଅଜିତ କୁମାର ପଟ୍ଟନାୟକ ।)

Comments (0)
Add Comment