୧୫ଜଣ ମାନସିକ ରୋଗୀଙ୍କୁ ଉଦ୍ଧାର କଲା ବିପଦର ବନ୍ଧୁ ଅନୁଷ୍ଠାନ ।

ଭଞ୍ଜନଗର, ୨୦/୧୨(ପିପିଟି ):ଆଜିବି ଅନେକ ମାନସିକ ବିକୃତ ବ୍ୟକ୍ତି ନିଜ ଘରଦ୍ୱାର, ପରିବାର ଛାଡ଼ି ଏଣେତେଣେ ଘୁରି ବୁଲୁଛନ୍ତି।ଦିନ,ରାତି, ଖରା,ବର୍ଷା, ଶୀତ ସେମାନଙ୍କ ଉପରେ କୌଣସି ପ୍ରଭାବ ପଡେନାହିଁ।ଖୋଲା ଆକାଶ ତଳେ ସେମାନେ ନିଜର ହିତାହିତ ଜ୍ଞାନ ହରାଇ କଣ କରନ୍ତି ନିଜେ ଜାଣନ୍ତି ନାହିଁ।ଏସବୁକୁ ଦୃଷ୍ଟିରେ ରଖି ଭଞ୍ଜନଗର ଅଞ୍ଚଳରେ ରହୁଥିବା ଅସହାୟ, ଅବହେଳିତ ଏବଂ କିଛି ମାନସିକ ବିକାରଗ୍ରସ୍ତ ଲୋକଙ୍କ ପାଖରେ ପହଞ୍ଚିଥିଲେ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ, ଓଡ଼ିଶା ଭଞ୍ଜନଗର ଶାଖାର ସଦସ୍ୟ ମାନେ। ମିଶନ ଆଶ୍ରା ଓ ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନ ପକ୍ଷରୁ ମାନସିକ ବିକାର ଗ୍ରସ୍ତଙ୍କୁ ଉଦ୍ଧାର କାର୍ଯ୍ୟକ୍ରମ କରା ଯାଇଥିଲା। ଏଥିରେ ଭଞ୍ଜନଗର ସହରର ବିଭିନ୍ନ ସାହି, ବସ ଷ୍ଟାଣ୍ଡ,ପରିବା ବଜାର,ମେନ ରୋଡ଼,ମେଡିକାଲ, ବାଉଁଶ ଲୁଣ୍ଡି ବ୍ୟତୀତ ଆଖପାଖରେ ଥିବା ମୁଜାଗଡ଼,ବେଲଗୁଣ୍ଠା, ମଙ୍ଗଳପୁର,ବାରୁଡ଼ା, କୁଲାଡ, ଗୋଲାପଡା ଆଦି ସ୍ଥାନରୁ ପ୍ରାୟ ୧୫ରୁ ଉର୍ଦ୍ଧ୍ବ ମାନସିକ ରୋଗୀ ମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ବସ ଯୋଗେ ବ୍ରହ୍ମପୁର ସ୍ଥିତ ମିଶନ ଆଶ୍ରା ଆଶ୍ରମ କୁ ପଠାଯାଇଛି। ସେଠି ସେମାନଙ୍କ ଉତ୍ତମ ଚିକିତ୍ସା ସହ ରହିବା ଖାଇବା ଓ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ଅନୁଷ୍ଠାନ ଦ୍ୱାରା ମାଗଣା ରେ କରାଯିବ।ଏଥି ପୂର୍ବରୁ ମଧ୍ୟ ବିପଦର ବନ୍ଧୁ ଅନୁଷ୍ଠାନ ପକ୍ଷରୁ ଏପରି ଉଦ୍ଧାର କାର୍ଯ୍ୟକ୍ରମ କରାଯାଇଥିଲା ବର୍ତମାନ ସେଥି ମଧ୍ୟରୁ ଅନେକ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଲେଣି। ଅନୁଷ୍ଠାନର ଏପରି କାର୍ଯ୍ୟ କୁ ବିଭିନ୍ନ ମହଲରେ ପ୍ରଶଂସା କରଯାଇଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment