୧୪ ବର୍ଷ ପରେ ଦୋଷୀ ସାବ୍ୟସ୍ତ ହେଲେ ୧୪ ହତ୍ୟା ଅଭିଯୁକ୍ତ ।

କୋଦଳା,୨୫/୧୦(ପିପିଟି):ଦୀର୍ଘ ୧୪ ବର୍ଷ ପରେ ଏକ ସଂଘବଦ୍ଧ ହତ୍ଯା ମାମଲାର ଶୁଣାଣି କରି ୧୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। କୋଦଳା ଅତିରିକ୍ତ ଜିଲ୍ଲା ଦୌରାଜଜ ବିଶ୍ବ ରଞ୍ଜନ ବେହେରା ଆଜି ଏଭଳି ଏକ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏପିପି ସୁବାଷ ଚନ୍ଦ୍ର ସାହୁଙ୍କ କହିବା ପ୍ରକାରେ ମୋଟ ୧୮ ଅଭିଯୁକ୍ତଙ୍କ ମଧ୍ୟରୁ ୪ ମୃତ୍ୟୁ ବରଣ କରିଥିବା ବେଳେ ଆଉ ୧୪ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ କୋଦଳା ଉପ କାରାଗାରରେ ରଖାଯାଇଛି। ଆସନ୍ତା ୨୭ ରେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୪ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ହେବ। ସୂଚନା ଅନୁଯାୟୀ ଗତ ୨୬ ଜୁନ୍ ୨୦୧୧ ରେ କୋଦଳା ବାଉରୀ ସାହିରେ ଗଣପତି ଦାସକୁଂ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା । ସ୍ବର୍ଗତ ଗଣପତି ଦାସଙ୍କ ପୁଅ ରଙ୍କନିଧି ଦାସଙ୍କ ଅଭିଯୋଗ ଆଧାରରେ କୋଦଳା ଥାନାରେ ଏନେଇ ହତ୍ୟା ମାମଲା ରୁଜୁ ହୋଇଥିଲା। ମୋଟ ୧୮ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ସେଥିମଧ୍ୟରୁ ବର୍ତ୍ତମାନ ୪ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ଯ ୧୪ ଅଭିଯୁକ୍ତଙ୍କୁ ଆଜି କୋଦଳା ଅତିରିକ୍ତ ଜିଲ୍ଲା ଜର୍ଜ ବିଶ୍ବ ରଞ୍ଜନ ବେହେରା ସମସ୍ତ ସାକ୍ଷୀ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ମାନଙ୍କୁ ୩୦୨ ରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଗାମୀ ୨୭ ତାରିଖରେ ଅଭିଯୁକ୍ତଙ୍କ ଦଣ୍ଡାଦେଶ ଘୋଷଣା କରିବେ କୋର୍ଟ। ତେବେ ହତ୍ୟା ଅଭିଯୁକ୍ତ ମାନଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବ ନା ଫାଶୀ ଦଣ୍ଡାଦେଶ ହେବ ନା ଆଉ କି ଦଣ୍ଡାଦେଶ ଶୁଣାଇବେ କୋର୍ଟ ତାକୁ ଦେଖିବାକୁ ବାକି ରହିଲା।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment