୧୨ ଫୁଟ ଲମ୍ବ ଅହିରାଜ ସାପ ଉଦ୍ଧାର ।

ମାଲକାନଗିରି,ତା:୨୦/୦୬(ପିପିଟି);୧୨ ଫୁଟ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର ହୋଇଛି । ମାଲକାନଗିରି ଜିଲ୍ଲା ତାଟିଗୁଡ଼ା ଗ୍ରାମବାସୀ ସାପଟିକୁ ଦେଖିବାକୁ ପାଇଥିଲେ । ତେବେ ସାପଟି ଜଣଙ୍କ ଘର ପଛ ପଟେ ଥିବା ପୋଖରୀରେ ପଶି ଯାଇଥିଲା । ପରେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ସାପ ସଂପର୍କରେ ସୂଚନା ଦିଆଯାଇଥିଲା । ସ୍ନେକ ହେଲ୍ପଲାଇନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅହିରାଜଟିକୁ ଉଦ୍ଧାର କରିଥିଲେ । ଏଥିପାଇଁ ସେମାନଙ୍କୁ ଏକ ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଥିଲା । ଖାଦ୍ୟ ଅନ୍ବେଷଣରେ ଅହିରାଜ ସାପଟି ଜଙ୍ଗଲରୁ ବାହାରି ଜନବସିତ ଆଡ଼କୁ ଆସିଯାଇଥିବା କହିଛନ୍ତି ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ । ଏହାସହ ପ୍ରାଥମିକ ଚିକିତ୍ସା ପରେ ସାପଟିକୁ ଜଙ୍ଗଲରେ ଛଡ଼ାଯିବ ବୋଲି ସେ ସୂଚନା ଦେଇଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment