୧୨ ଚକିଆ କାଠ ବୋଝେଇ ଦୁଇଟି ଟ୍ରକ୍ ଅଟକ ।

ଦେଓଗାଁ,୨୬/୦୪: ଜାତୀୟ ରାଜପଥ ୨୬ ଦେଇ ଏକ ଟ୍ରକରେ କାଠ ଚୋରା ଚାଲାଣ ହେଉଥିବାର ଖବର ପାଇ ଦେଓଗାଁ ବନ ବିଭାଗ ଏକ କାଠ ବୋଝେଇ ଟ୍ରକକୁ ଅଟକ ରଖିଥିବା ଜଣାପଡିଛି। ଆଜି ରାତି ପ୍ରାୟ ୯ ରୁ ୧୦ ଟା ସମୟରେ ଟ୍ରକରେ କାଠ ଚୋରା ଚାଲାଣ ହେଉଥିବା ଖବର ଆସିବା ପରେ ଦେଓଗାଁ ବନ ବିଭାଗର କର୍ମଚାରୀ ମାନେ ଟ୍ରକ ଦୁଇଟି ଯାଞ୍ଚ କରି ଦେଓଗାଁ ମେଘା ନସରୀକୁ ନେଇ ଲୁକ୍କାୟିତ ଭାବରେ ରଖିଥିବା ବିଶ୍ଵସ୍ତ ସୁତ୍ର ରୁ ଜଣାପଡ଼ିଛି। ଏହି ଟ୍ରକଟି ସଇତଲା ରେଞ୍ଜର କନ୍ଧକେଲ ଗାଁ , ବିରାଟ କାନି ଦେଇ ଦେଓଗାଁ ପଟକୁ ଆସିବା ପରେ ବନ ବିଭାଗ ହାବୁଡ଼ରେ ପଡ଼ିଥିଲା ଏନେଇ ବନ ବିଭାଗର କର୍ମଚାରୀ ମାନଙ୍କୁ ଯୋଗାଯୋଗ କଲେ ମଧ୍ୟ କୌଣସି ସୂଚନା ପାରି ନାହିଁ। ଟ୍ରକଟିରେ ଆଇନ ହିସାବରେ ଯାଉଛି ନା ବେଆଇନ ହିସବାର କାଠ ଯାଉଛି ତାହା ତାହାକୁ ଯାଞ୍ଚ କଲେ ଅନେକ ଅକୁହା କଥା ସାମ୍ନା କୁ ଆସିବ ବୋଲି ଆଲୋଚନା ହେଉଛି।

Comments (0)
Add Comment